କରନ୍ତୁ ନାହିଁ ଏହି ୪ଟି ଭୁଲ, ଖରାପ ହୋଇ ଯାଇପାରେ ଆପଣଙ୍କ କିଡନି!

କିଡନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ନ ଭାବି ସେମାନେ କିଛି ବି ଖାଉଥିବାରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । ସାରା ଦିନ ମଣିଷ କରୁଥିବା ଛୋଟ ଛୋଟ ଭୁଲ ପାଇଁ ଶରୀରର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର୍ଯ୍ୟାରେ ସୁଧାର ଆଣିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ….

୧.ପାଣି ପିିିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ। କିନ୍ତୁ ଦରକାରଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଦରକାର। ଏହା ଠାରୁ ଅଧିକ ପାଣି ପିଇଲେ କିଡନିକୁ ଅଧିକ କାମ କରିବାକୁ ପଡ଼ିଥାଏ। ଯାହାଦ୍ୱାରା କିଡନୀ ଖୁବ୍‌ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

Related image
advancedhairstudioindia.com

୨.ଅଧିକ ମାତ୍ରରେ ପେନ୍‌ କିଲର ଖାଇବା ଦ୍ୱାରା ଏହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଶରୀରରେ ପେନ୍‌ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡନିରେ ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ ।
୩.ଖାଇବା ପ୍ରସ୍ତୁତ ହେବା ପରେ ଯେଉଁ ଲୋକମାନେ ତା’ ଉପରେ ଲୁଣ ପକାଇ ଖାଇଥାନ୍ତି । ସେମାନଙ୍କୁ କିଡନି ସହ ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା ଶରୀରରୁ ସୋଡିୟମ ସହଜରେ ବାହାରି ନ ପାରି କିଡନି ଉପରେ ଖରାପ ପ୍ରଭାବ ପକାଇଥାଏ ।

shutterstock.com

୪. କିଛି ଲୋକଙ୍କୁ ପରିଶ୍ରା ଲାଗିଲେ ସେମାନେ ପରିଶ୍ରା ରୋକି ଦେଇଥାନ୍ତି । ଯାହାଦ୍ୱାରା କିଡନୀ ଷ୍ଟୋନ ହେବାର ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର