ନିଦ ହେଉନି କି ଆପଣଙ୍କୁ? ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ସମ୍ପୂର୍ଣ୍ଣ ନିଦ ହେବା ଜରୁରୀ; ଜାଣନ୍ତୁ କେମିତି ଆସିବ ସୁନିଦ୍ରା

ରାତିରେ ଶୋଇବା ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଥିବାବେଳେ ବହୁ ଲୋକେ ଚେଷ୍ଟା କରି ମଧ୍ୟ ଠିକ୍‌ ଭାବରେ ଶୋଇ ପାରୁ ନାହାନ୍ତି। ଏହିସବୁ ପରାମର୍ଶ ମାନନ୍ତୁ ଓ ସୁଖନିଦ୍ରା ପାଆନ୍ତୁ। ଜାଣନ୍ତୁ ବୟସ ଅନୁସାରେ କେତେ ସମୟ ଶୋଇବା କଥା।

ଶୋଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ରଖନ୍ତୁ। ମଦ୍ୟପାନ, ଧୂମପାନ, ତମାଖୁ ଆଦି ଶୋଇବା ପୂର୍ବରୁ ଖାଅନ୍ତୁ ନାହିଁ। ଚା, କଫି କିମ୍ବା ସଫ୍ଟ୍‌ ଡ୍ରିଙ୍କ୍‌ସ ଶୋଇବା ପୂର୍ବରୁ ଗ୍ରହଣ କରନ୍ତୁ ନାହିଁ। ସକାଳବେଳା ଶୁଅନ୍ତୁ ନାହିଁ। ଶୋଇବା ସ୍ଥାନ ପରିଷ୍କାର ଓ ନିରୋଳା ରଖନ୍ତୁ।
ବୟସ ଅନୁସାରେ କେତେ ସମୟ ଶୋଇବା ଉଚିତ:
୩-୧୨ ମାସ ବୟସ: ୪-୧୫ ଘଣ୍ଟା। ୧-୩ ବର୍ଷ ବୟସ: ୧୨-୧୪ ଘଣ୍ଟା। ୩-୫ ବର୍ଷ ବୟସ: ୧୧-୧୩ ଘଣ୍ଟା। ୬-୧୨ ବର୍ଷ ବୟସ: ୧୦-୧୧ ଘଣ୍ଟା। ୧୨-୧୮ ବର୍ଷ ବୟସ: ୮-୧୦ ଘଣ୍ଟା। ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ: ୬-୮ ଘଣ୍ଟା।
ସମ୍ବନ୍ଧିତ ଖବର