ଅଳ୍ପ ପରିଶ୍ରମରେ ମହିଳାମାନେ ଶରୀରକୁ ସୁସ୍ଥ, ସୁନ୍ଦର ଓ ସୁଗଠିତ ରଖିପାରବେ, ଜାଣନ୍ତୁ କେମିତି

ଆପଣାନ୍ତୁ କିଛି ସାଧାରଣ ଉପାୟ ଓ ଫିଟ୍‌ ରୁହନ୍ତୁ

0 678

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍‌ ରହିବା ଲାଗି ମହିଳାମାନେ ସମୟ ବାହାର କରିପାରୁ ନାହାନ୍ତି ଓ ନିଜ ଶରୀରକୁ ଫିଟ୍‌ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି। ତେବେ ଏହି କେତେଟି ସରଳ ଉପାୟରେ ଜାଣନ୍ତୁ କେମିତି ରଖିବେ ନିଜ ଶରୀରକୁ ଫିଟ୍‌।

ଭିଟାମିନ୍‌ ଓ ପ୍ରୋଟିନ୍‌ ଖାଦ୍ୟ ଖାଆନ୍ତୁ: ଡାଏଟ କଣ୍ଟ୍ରୋଲ କରି ଚର୍ବିଯୁକ୍ତ ଖାଦ୍ୟଠାରୁ ଦୂରେଇ ରହନ୍ତୁ। କିନ୍ତୁ ଶରୀରର ଚିନ୍ତାରେ ଖାଦ୍ୟ ବହୁତ କମ୍‌ କରିଦିଅନ୍ତୁ ନାହିଁ। ଭିଟାମିନ୍‌ ଓ ପ୍ରୋଟିନ୍‌ ଥିବା ଖାଦ୍ୟ ନିଶ୍ଚିତ ଖାଆନ୍ତୁ, ନ ହେଲେ ପରେ ଅନେକ ସମସ୍ୟା ଭୋଗି ପାରନ୍ତି।

ଠିକ୍‌ ପରିମାଣରେ ପାଣି ପିଅନ୍ତୁ: ସେମିତି ତ, ସଠିକ୍‌ ପରିମାଣରେ ପାଣି ପିଇଲେ ଆପେ ଆପେ ଶରୀରର ଅନେକ ସମସ୍ୟା ସମାଧାନ ହୋଇଯାଏ। ଏହା ସହ ଆପଣଙ୍କ ତ୍ୱଚାର ଚମକ ମଧ୍ୟ ବଢ଼ାଇଥାଏ। ପାଣିରେ ଲେମ୍ବୁ ମିଶାଇ ପିଇଲେ ହଜମ ମଧ୍ୟ ଭଲ ହୋଇଥାଏ।

ସକାଳ ଜଳଖିଆ: ସକାଳର ଜଳଖିଆ କେବେ ବି ବନ୍ଦ କରନ୍ତୁ ନାହିଁ। ପ୍ରତିଦିନ ସକାଳେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହା ଦ୍ୱାରା ମୋଟାପଣ ଆସେ ନାହିଁ ଓ ଶରୀରକୁ ଶକ୍ତି ମିଳିଥାଏ।

ବ୍ୟାୟାମ କରନ୍ତୁ: ମହିଳାମାନେ ସମୟ ବାହାର କରି ପ୍ରତିଦିନ ବ୍ୟାୟାମ କରିବା ଜରୁରୀ। ଏହା ଦ୍ୱାରା ହଜମ କ୍ରିୟା ଭଲ ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ। ସଠିକ୍‌ ଭାବେ ଶରୀରର ଗଠନ ମଧ୍ୟ ହୋଇଥାଏ।

ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ: ଯଦି ଆପଣଙ୍କ ବୟସ ୩୦ରୁ ଊର୍ଦ୍ଧ୍ୱ ହେଲାଣି ତା’ହେଲେ ପ୍ରତି ୬ ମାସରେ ଥରେ ନିଶ୍ଚୟ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଠିକ୍‌। ଏହା ଦ୍ୱାରା ଯଦି କିଛି ରୋଗର ସଙ୍କେତ ମିଳେ ତା’ହେଲେ ରୋଗର ନିରାକରଣ ମଧ୍ୟ ଠିକ୍‌ ସମୟରେ କରିପାରିବେ।

ଫଳ ଓ ସବୁଜ ପନିପରିବା ଖାଆନ୍ତୁ: ଖାଦ୍ୟରେ ଯଥାସମ୍ଭବ ଅଧିକ ଫଳ ଓ ସବୁଜ ପନିପରିବା ଖାଆନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀରରେ ଭରପୁର୍‌ ମାତ୍ରାରେ ଭିଟାମିନ୍‌ ଓ ପ୍ରୋଟିନ୍‌ ମିଳିବା ସହ ଆପଣଙ୍କ ମନ ସୁସ୍ଥ ରହିବ।

ଧୂମପାନ ଓ ମଦ୍ୟପାନ କରନ୍ତୁ ନାହିଁ: ଧୂମପାନ ଓ ମଦ୍ୟପାନ ଆପଣଙ୍କ ଶରୀରକୁ ଖରାପ କରିଥାଏ। ଏହି ସମସ୍ତ ଖରାପ ଅଭ୍ୟାସରୁ ଯେତେ ଦୂରରେ ରହି ପାରିବେ ସେତିକି ଭଲ। ଧୂମପାନ ଦ୍ୱାରା ଆପଣଙ୍କ ଫୁସ୍‌ଫୁସ୍‌ ଖରାପ ହେବା ସହ ଆହୁରି ଅନେକ ସମସ୍ୟା ବି ହୋଇଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.