ଆଘାତ ଲାଗିବା ପରେ ରକ୍ତ ଝରିବା ବନ୍ଦ ହେଉ ନାହିଁ କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଯଦି କେତେବେଳେ ଆମକୁ ଆଘାତ ଲାଗେ, ସେ ସମୟରେ ରକ୍ତ ପ୍ରବାହକୁ ରୋକିବା ପାଇଁ ଆମେ ପାଣିରେ ହାତ ରଖିଥାଉ ବା କପଡ଼ା ଗୁଡ଼ାଇ ଥାଉ । ବେଳେ ବେଳେ ନିଜ ଶରୀରରୁ ରକ୍ତ ବାହାରିବା ଦେଖି କିଛି ଲୋକ ଡ଼ରିଯିବା ସହ ରକ୍ତପ୍ରବାହ ରୋକିବା ପାଇଁ କ’ଣ କରିବା ଦରାକର ତାହା ଭାବି ପାରନ୍ତି ନାହିଁ । ତେବେ ଆଗରୁ ଆମେ ଜାଣିଛେ କି ରକ୍ତପ୍ରବାହ ଅଧିକ ହେଲେ ପାଣିରେ କ୍ଷତ ସ୍ଥାନକୁ ରଖିବା ଦ୍ୱାରା ରକ୍ତପ୍ରବାହ ବନ୍ଦ ହୋଇଯାଇଥାଏ । ଏହି ଉପାୟ ଛଡ଼ା ଆହୁରି ଅନେକ ଉପାୟ ରହିଛି,ଯାହାକୁ ଆପଣାଇ ଖ୍‌ୁବ୍‌ କମ ସମୟ ମଧ୍ୟରେ ଆପଣ ଆପଣଙ୍କ ରକ୍ତପ୍ରବାହକୁ ରୋକି ପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ….

୧.ଯଦି ଆପଣଙ୍କୁ ଆଘାତ ଲାଗିଥିବା ସ୍ଥାନରୁ ଅଧିକ ରକ୍ତପ୍ରବାହ ହେଉଛି,ତାହା ଉପରେ କଫି ପାଉଡ଼ର ପକାଇ ଦିଅନ୍ତୁ । ଏଥିରେ ଏଷ୍ଟ୍ରିଜେଣ୍ଟର ଭଳି ତତ୍ତ୍ୱ ରହିଥାଏ, ଯାହା ତୁରନ୍ତ ରକ୍ତ ପ୍ରବାହକୁ ରୋକିବା ସହ କ୍ଷତ ସ୍ଥାନକୁ ଶୀଘ୍ର ଶୁଖାଇ ଦେଇଥାଏ ।

Communityfarm

୨.ଆଘାତ ଲାଗିବା ମାତ୍ରେ ସେଥିରେ ହଳଦୀ ପାଉଡ଼ର ପକାନ୍ତୁ । ଏହାର ଆଣ୍ଟିସେପ୍ଟିକ୍‌ ଗୁଣ କ୍ଷତ ସ୍ଥାନକୁ ଶୁଖାଇବା ସହ ରକ୍ତପ୍ରବାହକୁ ରୋକିଥାଏ ।
୩.ହଠାତ୍‌ ଆଘାତ ଲାଗିବା ପରେ ଡ଼ାକ୍ତଖାନା ଯିବାର ସୁବିଧା ନ ଥିଲେ ଟି-ବ୍ୟାଗ୍‌କୁ ଥଣ୍ଡା ପାଣିରେ ବୁଡ଼ାଇ ରଖନ୍ତୁ । କିଛି ସମୟ ପରେ ଏହି ପାଣିକୁ ଆଘାତ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଦେଖିବେ ତୁରନ୍ତ ରକ୍ତପ୍ରବାହ ବନ୍ଦ ହୋଇଯିବ ।

VideoBlocks

୪.ଆଘାତ ଲାଗିଥିବା ସ୍ଥାନରେ ବରଫ କିମ୍ବା ଟୁଥ୍‌ପେଷ୍ଟ ଲଗାନ୍ତୁ । ଏହା ଦ୍ୱାରା ରକ୍ତପ୍ରବାହ ତୁରନ୍ତ ବନ୍ଦ ହେବା ସହ କ୍ଷତ ସ୍ଥାନ ତୁରନ୍ତ ଶୁଖି ଯାଇଥାଏ ।

ସମ୍ବନ୍ଧିତ ଖବର