publive-image

କଦଳୀ ସବୁ ଋତୁରେ ମିଳିଥାଏ। ଏହାକୁ ଖାଇଲେ ଅନେକ ଫାଇଦା ମିଳେ, କିନ୍ତୁ କେତେକ ପରିସ୍ଥିତିରେ ଏହାକୁ ଅଧିକ ଖାଇଲେ ସ୍ୱାସ୍ଥ୍ୟ ଖରାପ ବି ହୋଇପାରେ। ଜାଣନ୍ତୁ କଦଳୀ ଖାଇବାର ୩ଟି ଫାଇଦା ଏବଂ ଅଧିକ ଖାଇଲେ ହେଉଥିବା ଅସୁବିଧା ବିଷୟରେ।

Advertisment

publive-image

ବ୍ୟାୟାମ କରୁଥିବା ବ୍ୟକ୍ତି: ବ୍ୟାୟାମ କରୁଥିବା ଲୋକେ ନିଶ୍ଚୟ କଦଳୀ ଖାଆନ୍ତୁ। ଏଥିରେ ଥିବା ପଟାସିୟମ୍‌ରୁ ତୁରନ୍ତ ଶକ୍ତି ମିଳିଥାଏ।

ଛାତ୍ରଛାତ୍ରୀମାନେ: ଛାତ୍ରଛାତ୍ରୀମାନେ କଦଳୀ ଖାଇବା ଉଚିତ। ମସ୍ତିଷ୍କର କ୍ଷମତା ବଢ଼ିଥାଏ ଓ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ।

publive-imagepublive-image

ଅବସାଦଗ୍ରସ୍ତ ଲୋକେ: ଅବସାଦଗ୍ରସ୍ତ ଲୋକେ କଦଳୀ ଖାଇବା ଭଲ। ଏଥିରେ ଅଧିକ ମାତ୍ରାରେ ଏମିନୋ ଏସିଡ୍‌ର ଥିବାରୁ ଶରୀରର ହର୍ମୋନ୍‌ ସ୍ତର ସମତୁଲ ରହେ ଓ ମନ ଫୂର୍ତ୍ତି ରହେ।

ଦୁର୍ବଳତା ଦୂର କରେ: ଦୁର୍ବଳ ଲାଗୁଥିବା ଲୋକେ କଦଳୀ ଖାଇବା ଉତ୍ତମ। ଏଥିରେ ଥିବା ଭିଟାମିନ୍‌ ସି ଶରୀରରଦୁର୍ବଳତା ଦୂର କରି ଶକ୍ତି ଯୋଗାଇ ଥାଏ।

ମସ୍ତିଷ୍କ ତେଜିଆନ୍‌ କରେ: କଦଳୀରେ ଭିଟାମିନ୍‌ B6 ଥାଏ। ତେଣୁ କଦଳୀ ଖାଇଲେ ମସ୍ତିଷ୍କର ଶକ୍ତି ବଢ଼ିଥାଏ।

ହୃଦ୍‌ରୋଗରୁ ରକ୍ଷା କରେ: କଦଳୀରେ ଥିବା ପୋଟାସିୟମ୍‌ ହୃଦ୍‌ରୋଗରୁ ସୁରକ୍ଷା ଦେଇ ଥାଏ।

publive-image

କଦଳୀ ଖାଇଲେ ଶରୀରର କ୍ଷତି ମଧ୍ୟ ହୋଇପାରେ

ମୋଟାଳିଆ ଲୋକେ: କଦଳୀରେ କ୍ୟାଲୋରିର ମାତ୍ରା ଅଧିକ ଥାଏ। ତେଣୁ ମୋଟାଳିଆ ଲୋକେ ଅଧିକ କଦଳୀ ଖାଇଲେ ସେମାନଙ୍କ ଓଜନ ଆହୁରି ବଢ଼ିଯାଏ।

publive-image

ଦୁର୍ବଲ ମାଂସପେଶୀ ଥିବା ଲୋକେ: କଦଳୀରେ ପ୍ରୋଟିନ୍‌ର ମାତ୍ରା କମ୍‌ ଥାଏ। ଏହାକୁ ଖାଇଲେ ମାଂସପେଶୀ ଦୁର୍ବଳ ହୋଇପାରେ।

ଗ୍ୟାଷ୍ଟ୍ରିକ୍‌ ଆକ୍ରାନ୍ତ ଲୋକେ: କଦଳୀରେ ଫ୍ରୁକ୍ଟୋଜ୍‌ ଥାଏ। ଅଧିକ କଦଳୀ ଖାଇବା ଦ୍ୱାରା ବାୟୁ ବିକାର ସୃଷ୍ଟି ହୋଇପାରେ।

publive-image

ମୁଣ୍ଡ ବିନ୍ଧୁ ଥିବା ଲୋକେ: କଦଳୀରେ ଥାୟରେମିନ୍‌ ଥାଏ। କଦଳୀ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ଓ ମାଇଗ୍ରେନ୍‌ର ପ୍ରଭାବ ବଢ଼ିଥାଏ।