୬ଟି ରୋଗରୁ ମୁକ୍ତି ଦେଇଥାଏ ପାଓ୍ଵାର୍‌ ଯୋଗାସନ

ସମ୍ପୂର୍ଣ୍ଣ ଦେହର ଚର୍ବିକୁ ନଷ୍ଟ କରି ଶରୀରକୁ ପୁଣି ସୁଗଠିତ କରିଥାଏ ପାଓ୍ଵାର୍‌ ଯୋଗ

0 650

ଆଜିକାଲି ପାଓ୍ଵାର ଯୋଗ ଖୁବ୍‌ ଚର୍ଚ୍ଚାରେ ଅଛି। ଯୋଗ ଏକ୍ସପର୍ଟ୍‌ଙ୍କ କହିବା ଅନୁସାରେ ପାଓ୍ଵାର୍‌ ଯୋଗ ଭାରତର ପ୍ରାଚୀନ ଅଷ୍ଟାଙ୍ଗ ଯୋଗର ଆଥ୍‌ଲେଟିକ୍‌ ଷ୍ଟାଇଲ୍‌ ଅଟେ। ବେରିଲ ବେଣ୍ଡର୍‌ ବର୍କ୍‌ ଓ ବ୍ରାଏନ୍‌ କେଷ୍ଟ୍‍ ୧୯୯୦ ମସିହାରେ ଆମେରିକାରେ ପାଓ୍ଵାର୍‌ ଯୋଗ ଆରମ୍ଭ କରିଥିଲେ। ଏହି ଯୋଗକୁ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ୪୫ ମିନିଟ୍‌ରେ କରିପାରିବେ। ଏହାକୁ ସକାଳ ବେଳା ସପ୍ତାହକୁ ୨ରୁ ୩ ଥର କରାଯାଇଥାଏ।

ପାଓ୍ଵାର୍‌ ଯୋଗ, ଯାହା କମ୍‌ ସମୟରେ ଅଧିକ ଉପକାରୀ ହୋଇଥାଏ।

Panda Mobile only

ପାଓ୍ଵାର୍‌ ଯୋଗ ଅଷ୍ଟାଙ୍ଗ ଯୋଗ ଭଳି, ଯୋଗର ଆଥ୍‌ଲେଟିକ୍‌ ଷ୍ଟାଇଲ୍‌ ଅଟେ। ଏହି ଯୋଗର ଆରମ୍ଭ ୧୯୯୦ ମସିହାରେ ହୋଇଥିଲା।

ଏଥିରେ ନିଶ୍ୱାସର ଗତି ଓ ଚେତନାର ଶକ୍ତି ଉପରେ ଅଧିକ ଦୃଢ଼ତା ରହିଥାଏ। ଭିନ୍ନ ଭିନ୍ନ ପ୍ରଣାଳୀରେ ଏହି ଯୋଗାସନ କରା ଯାଇପାରେ।

ପାଓ୍ଵାର୍‌ ଯୋଗର ଉପକାରିତା: ମୋଟାପଣ କମ୍‌ କରେ। ଆଜ୍‌ମା, ଗଣ୍ଠିବାତ, ଅବସାଦ ଆଦିରୁ ମୁକ୍ତି ଦିଏ। ରକ୍ତ ସଞ୍ଚାଳନ ଠିକ୍‌ କରିଥାଏ। ଗୋଇଠି ଦରଜ ଭଲ କରିଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.