ଯଦି କେଶରେ ଏହି ସବୁ ପରିବର୍ତ୍ତନ ଦେଖାଦେଉଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ, ହୋଇପାରେ ବଡ଼ ରୋଗର ସଙ୍କେତ!

ଯଦି ଠିକ୍‌ ସମୟରେ ଏହାକୁ ଚିହ୍ନଟ କରି ଉପଚାର କରନ୍ତି, ତା’ହେଲେ ରୋଗର ଆଶଙ୍କାକୁ କମ୍‌ କରାଯାଇପାରେ

କେଶ ଜଡ଼ିତ ସମସ୍ୟା ପ୍ରାୟ ସମସ୍ତଙ୍କର ରହୁଛି, କିନ୍ତୁ ଯଦି ଏହା ଲମ୍ବା ସମୟ ଧରି ଲାଗିରହେ ତେବେ କୌଣସି ରୋଗର ସଙ୍କେତ ହୋଇପାରେ। ହେୟର୍‌ ଟ୍ରାନ୍ସ୍‌ପ୍ଲାଣ୍ଟ୍‌ ସର୍ଜନ୍‌ ତଥା ଡାକ୍ତରଙ୍କ କହିବା ଅନୁସାରେ, ଏମିତି କିଛି ରୋଗ ମଧ୍ୟ ରହିଛି ଯାହା ଦୀର୍ଘ ସମୟ ପରେ ସଙ୍କଟଜନକ ହୋଇପାରେ। ଯଦି ଠିକ୍‌ ସମୟରେ ଏହାକୁ ଚିହ୍ନଟ କରି ଏହାର ଉପଚାର କରୁଛନ୍ତି ତା’ହେଲେ ଏହି ରୋଗର ଭୟକୁ କମ୍‌ କରାଯାଇ ପାରିବ। ଜାଣନ୍ତୁ କେଶର ଏହି ସମସ୍ତ ପରିବର୍ତ୍ତନକୁ ଯାହା, କୌଣସି ରୋଗର ସଙ୍କେତ ହୋଇପାରେ।

 

କେଶ ଝଡ଼ିଯିବା: ଲମ୍ବା ସମୟ ଧରି କେଶ ଝଡ଼ିଲେ, ହାଇପର୍‌ଥାଇରୋଡିଜମ୍‌ ରୋଗର ଲକ୍ଷଣ ହୋଇପାରେ। ଏହି ରୋଗରେ ଥାଇରଏଡ୍‌ ଗ୍ଲାଣ୍ଡ ଅଧିକ ଆକ୍‌ଟିଭ୍‌ ହୋଇଯାଇଥାଏ, ଏହା କାରଣରୁ ଅଚାନକ୍‌ ଜୋର୍‌ରେ ଓଜନ ମଧ୍ୟ କମିଥାଏ।
ଗୋଛା ହୋଇ କେଶ ଝଡ଼ିବା: ଯଦି ପ୍ରତିଦିନ ଗୋଛାଗୋଛା ହୋଇ ବା ଅଧିକ କେଶ ଝଡ଼ିଲେ ଏହା ମଧୁମେହ ରୋଗର ଲକ୍ଷଣ ହୋଇପାରେ। ଅଲୋପୋସିୟା ଅରେଟା ଏକ ଏମିତି ରୋଗ, ଯେଉଁଥିରେ ବ୍ୟକ୍ତିଙ୍କ କେଶ ଖୁବ୍‌ ଜୋର୍‌ ଝଡ଼ିଥାଏ ଓ ଚନ୍ଦାପଣର ସମସ୍ୟା ମଧ୍ୟ ହୋଇଥାଏ।
କେଶରେ ଋପି ହେବା: କେଶରେ ଖୁବ୍‌ ଶୀଘ୍ର ଋପି ହୋଇଯିବା ସେବୋରେହିକ୍‌ ଡର୍ମେଟାଇଟିସ୍‌ ନାମକ ରୋଗର ଲକ୍ଷଣ ହୋଇପାରେ। ଏହି ରୋଗ ଶରୀରରେ ଇନ୍‌ଫେକ୍‌ସନ୍‌ କାରଣରୁ ବି ହୋଇପାରେ। ଏହି ରୋଗରେ ଖୁବ୍‌ ଶୀଘ୍ର କେଶ ଝଡ଼ିବା ଓ ଚର୍ମରେ ଲାଲ୍‌ ରଙ୍ଗର ଦାଗ ବି ହେବାର ସମସ୍ୟା ହୋଇଥାଏ।
କେଶ ପତଳା ହୋଇଯିବା: ଶରୀରରେ ପ୍ରୋଟିନ୍‌ ଅଭାବ ଯୋଗୁଁ କେଶ ପତଳା ହୋଇଯାଏ ଓ କେଶ ଝଡ଼ିବା ପ୍ରକ୍ରିୟା ଜଲଦି ହୋଇଯାଏ।
ଦୁଇମୁହାଁ କେଶ ହେବା: ଅଧିକ ମାତ୍ରାରେ କେଶର ଦୁଇଟି ମୁହଁ ହୋଇଯିବା ଟ୍ରାଇକୋରେକ୍‌ସିସ୍‌ ନୋଡୋସା ନାମକ ଜେନେଟିକ୍‌ ରୋଗର ସଙ୍କେତ ହୋଇପାରେ। ଏହି କାରଣରୁ କେଶ ଦୁଇମୁହାଁ ହୋଇ ଝଡ଼ିବସିଥାଏ।
କେଶ ଶୀଘ୍ର ଧଳା ହେବା: କେଶ ଶୀଘ୍ର ଧଳା ହେବା ଶରୀରରେ ମେଲାଲିନ୍‌ ନାମକ ହର୍ମୋନ୍‌ ହ୍ରାସର ସଙ୍କେତ ହୋଇପାରେ। ଏହି ହର୍ମୋନ୍‌ ଆମ ଶରୀରର ତ୍ୱଚା ଓ କେଶର ରଙ୍ଗ ତିଆରି କରିବାରେ ସାହାଯ୍ୟ ହୋଇଥାଏ। ଏହାର ହ୍ରାସ ଘଟିଲେ ତ୍ୱଚା ଓ କେଶର ରଙ୍ଗ ବଦଳିଥାଏ।
ସମ୍ବନ୍ଧିତ ଖବର