ଶରୀରରେ ଏହି ୩ ଭିଟାମିନର ଅଭାବ ଦେଖାଗଲେ ବଧିର ହୋଇଯିବେ ଆପଣ

ଆଜିକାଲି ଲୋକମାନଙ୍କର ଜୀବନ ବଞ୍ଚିବାର ଶୈଳୀରେ ପରିବର୍ତ୍ତନ ଦେଖାଦେଉଛି । କାମର ଚାପ ବଢ଼ିବା ସହ ଖାଇବା ପିଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ଯାହାଦ୍ୱାରା ଆଜିକାଲି ଲୋକମାନଙ୍କ ଶରୀରରୁ ଭିଟାମିନର ପରିମାଣ କମ ହେବାରେ ଲାଗିଛି । ଭିଟାମିନ ଅଭାବ ହେଲେ ଶରୀରରେ ଅନେକ ଶାରୀରିକ ସମସ୍ୟ ଦେଖା ଦେଉଥିବା ବେଳେ ବଧିରପଣ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ । କିଛି ଲୋକଙ୍କୁ ଏଭଳି ସମସ୍ୟା ଜନ୍ମରୁ ରହିଥିବା ବେଳେ କିଛି ଲୋକଙ୍କୁ ଭିଟାମିନ ଅଭାବ ହେଲେ ଏହି ସମସ୍ୟା ଦେଖା ଦେଇଥାଏ । ଆସନ୍ତୁ ଜାଣିବା ଶରୀରରେ କେଉଁ ଭିଟାମିନର ପରିମାଣ କମ ହେଲେ ବଧିରପଣ ଭଳି ସମସ୍ୟା ଦେଖା ଦେଇଥାଏ ।

YouTube

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନଯୁକ୍ତ ଖାଦ୍ୟ ଏବଂ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଇବା ନିତାନ୍ତ ଜରୁରୀ । ଯଦି ଶରୀରରେ ଏହା ଭିତରୁ କେଉଁ ଗୋଟିଏ ବି ଜିନିଷର ଅଭାବ ରହିଯାଏ ତେବେ ଲୋକମାନଙ୍କୁ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିଭଳି ଭାବରେ ଯଦି ଶରୀରରେ ଭିଟାମିନ C,E ଏବଂDର ପରିମାଣ କମ ହୋଇଯାଏ ତେବେ ବଧିରପଣ ଭଳି ସମସ୍ୟା ଦେଖା ଯାଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ନିଜର ପ୍ରତିଦିନର ଖାଦ୍ୟରେ ଭିଟାମିନ C,E ଏବଂ D ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଅନ୍ୟ ପକ୍ଷରେ ଏଭଳି ସମସ୍ୟାରେ ଆପଣ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ନିଜକୁ ଦୂରେଇ ରଖି ପାରିବେ ।

Healthline

୧.ସୋରିଷ ତେଲରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଗରମ କରନ୍ତୁ । ପରେ ଏହାକୁ ଥଣ୍ଡା କରି କାନରେ ପକାନ୍ତୁ । ଏଭଳି କିଛି ଦିନ କଲେ ଆପଣ ସବୁ କଥା ଠିକ୍‌ ଭାବରେ ଶୁଣି ପାରିବେ ।
୨.କ୍ଷୀରରେ ହେଙ୍ଗୁ ମିଶାଇ ସେହି ମିଶ୍ରଣକୁ କାନରେ ପକାନ୍ତୁ । ବଧିରପଣ ସମସ୍ୟାରୁ ମୁକ୍ତି ମିଳିବ ।
୩.ସୋରିଷ ତେଲରେ ୭-୮ଟି ରସୁଣ ପକାଇ ରସୁଣ କଳା ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପରେ ତାକୁ ଛାଣି ଥଣ୍ଡା କରିବା ସହ କାନରେ ପକାନ୍ତୁ ।

ସମ୍ବନ୍ଧିତ ଖବର