ଆପଣ କରୁଥିବା ଏହି ୪ଟି ଭୁଲ ପାଇଁ ବ୍ୟାୟାମ କରିବା ପରେ ମଧ୍ୟ ଓଜନ କମ ହୋଇ ନଥାଏ

ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରିବା ପରେ ମଧ୍ୟ କିଛି ଲୋକଙ୍କ ଓଜନ କମ ହୋଇ ନଥାଏ । କିଛି ଲୋକ ବ୍ୟାୟାମ ସହିତ କିଛି ଏମିତି ଭୁଲ କରିଥାନ୍ତି, ଯାହା ସେମାନଙ୍କ ଓଜନକୁ କମ କରିବାକୁ ଦେଇ ନଥାଏ । ସେଥିପାଇଁ ପ୍ରଥମେ ପ୍ରତିଦିନ କରୁଥିବା ଭୁଲକୁ ଜାଣି ତାକୁ ସୁଧାରିବା ଆରମ୍ଭ କରନ୍ତୁ ।

୧. ବେଳେ ବେଳେ ଲୋକମାନେ ଜିମ୍‌ ଯାଇ ବ୍ୟାୟାମ କରିବା ସହ ଡାଏଟିଙ୍ଗ ମଧ୍ୟ କରିଥାନ୍ତି । କିନ୍ତୁ ତାହା ଓଜନ କମାଇବା ପରିବର୍ତ୍ତେ ବଢ଼ାଇଥାଏ । ଭୋକରେ ରହିବା ଦ୍ୱାରା ଶରୀର ଦୁର୍ବଳ ହୋଇଥାଏ । ସେଥିପାଇଁ ବ୍ୟାୟାମ କରିବା ସହ ହାଲୁକା ଖାଦ୍ୟ ଏବଂ ସାଲାଡ ଖାଆନ୍ତୁ ।

୨. ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ମଧ୍ୟ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଇଥାଏ । ଯଦି ଆପଣ ବ୍ୟାୟାମ କରିବା ସହ ଠିକ୍‌ ଭାବରେ ଶୋଇ ପାରୁ ନାହାନ୍ତି ତେବେ ଆପଣଙ୍କ ଓଜନ କମ ହେବ ନାହିଁ । ଓଜନ କମ୍‌ କରିବା ପାଇଁ ୮-୯ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ ।

akhayar.com

୩. ଠିକ୍‌ ସମୟ ପୂର୍ବରୁ ବା ପରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢ଼ିବା ଭଳି ସମସ୍ୟା ଦେଖା ଯାଇଥାଏ । ଭୁଲ ସମୟରେ ଖାଇବା ଦ୍ୱାରା ମେଟାବଲିଜିମ୍‌ କମ ହୋଇଥାଏ । ଯାହାଦ୍ୱାରା ଓଜନ କମ ହୋଇ ନଥାଏ ।

୪. ଯଦି ଆପଣ ବ୍ୟାୟାମ କରିବା ସହ ଧୂମପାନ କରୁଛନ୍ତି, ତେବେ ବ୍ୟାୟାମର କୌଣସି ପ୍ରଭାବ ଶରୀର ଉପରେ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର