ଇରାକୀ ମହିଳାଙ୍କ ପରି ସୁନ୍ଦରୀ ଦେଖାଯିବାକୁ ଚାହୁଁଛନ୍ତି କି? ସୁନ୍ଦର ଦେଖାଯିବା ଲାଗି ଇରାକୀ ମହିଳା ଅନୁସରଣ କରୁଥିବା ସୂତ୍ର ବିଷୟରେ ଜାଣନ୍ତୁ….

ଇରାକର ମହିଳାମାନେ ସୁନ୍ଦରୀ ଦେଖାଯିବା ପାଇଁ ଯଥେଷ୍ଟ ଯତ୍ନ ନେଇଥା’ନ୍ତି। ସେମାନେ ତାଙ୍କ ସୌନ୍ଦର୍ଯ୍ୟ ଓ ଶରୀରର ଢାଞ୍ଚାକୁ ଆକର୍ଷଣୀୟ କରି ରଖିିବା ପାଇଁ ବହୁତ ମାତ୍ରାରେନ୍ୟୁଟ୍ରିସନ୍‌ ଥିବା ଖାଦ୍ୟ ଖାଇଥା’ନ୍ତି। ଏଥିରେ ତାଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ କେଶ ମଧ୍ୟ ଉଜ୍ଜ୍ୱଳ ରହିଥାଏ। ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦ୍ୱାରା ଇରାକ୍‌ୀ ମହିଳାଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଆମେ ସବୁବେଳେ ଚିନ୍ତା କରୁଥିବା କି କ’ଣ ଖାଇ ଇରାକୀ ମହିଳାମାନେ ଏତେ ସୁନ୍ଦର ଦେଖାଯାଆନ୍ତି।

ଇରାକର ମହିଳାମାନେ ଗହମକୁ କୁଟିି (ପେଷି) ବଲ୍ଗର ନାମକ ଏକ ସ୍ୱତନ୍ତ୍ର ଖାଦ୍ୟ ତିଆରି କରି ଖାଆନ୍ତି। ଏଥିରେ ତ୍ୱଚାର ଉଜ୍ଜ୍ୱଳତା ବଢ଼ିଥାଏ ଓ ଶରୀର ସୁଗଠିତ ରହିଥାଏ।

ସେମାନେ ଶରୀରରେ ଆର୍ଗେନ୍‌ ତେଲରେ ମାଲିସ୍‌ କରନ୍ତି। ଏଥିରେ ତ୍ୱଚାର ଚମକ ବଢ଼ିଥାଏ। ବୟସ ବଢ଼ିଲେ ମଧ୍ୟ ମୁହଁକୁ ଖାସ୍‌ ଫରକ ଆସି ନଥାଏ।

ସେମାନେ ଡୋଲ୍‌ମା ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଚାଉଳରେ ଫଳ, ମାଂସ ଓ ପନିପରିବାକୁ ମିଶାଇ ସହ ତିଆରି କରାଯାଇଥାଏ। ଏଥିପାଇଁ ତ୍ୱଚା ଓ କେଶର ଚମକ୍‌ ବଢ଼ିଥାଏ।

ସେମାନେ ମାଂସ କିମ୍ବା ଚିକେନ୍‌ରୁ ତିଆରି ଖାଦ୍ୟ ଖାଆନ୍ତି। ଏଥିରୁ ଶକ୍ତି ମିଳିଥାଏ ଓ ଓଜନ ନିୟନ୍ତ୍ରଣରେ ରହିଥାଏ।

ଇରାକୀ ମହିଳାମାନେ ଦହି ଓ ପୁଦିନାରୁ ତିଆରି ପାନୀୟ ପିଇବାକୁ ପସନ୍ଦ କରନ୍ତି। ଏଥିପାଇଁ ତ୍ୱଚା ଓ କେଶ ଚମକି ଥାଏ।

ଖଜୁର ଖାଆନ୍ତି, ଏଥିରେ ତ୍ୱଚା ଗୋରା ହୋଇଥାଏ ଓ କେଶର ମଧ୍ୟ ଚମକ୍‌ ବଢ଼ିଥାଏ।

ସେମାନେ ଦହି, ପରିବା ଓ ମାଂସରେ ତିଆରି ହୋଇଥିବା ସୁପ୍‌ ପିଅନ୍ତି। ଏଥିରେ ସୁନ୍ଦରତା ବଢ଼ାଇଥାଏ ଓ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ସମ୍ବନ୍ଧିତ ଖବର