କେଉଁ ମହିଳାଙ୍କୁ ଓଭାରି କ୍ୟାନ୍‌ସର ହେବାର ଆଶଙ୍କା ଅଧିକ? ଲକ୍ଷଣ ଜାଣି ତୁରନ୍ତ କରନ୍ତୁ ଚିକିତ୍ସା

କର୍କଟ ଏକ ଏପରି ରୋଗ ଯାହା ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦେଇଥାଏ । କର୍କଟ ରୋଗ ହେବା ମାତ୍ରେ ମଣିଷର ବଞ୍ଚିବାର ସମ୍ଭାବନା କମ ହୋଇ ଯାଇଥାଏ । ବେଳେ ବେଳେ ଏହି ରୋଗର ଚିହ୍ନଟ ଠିକ୍‌ ସମୟରେ ହୋଇ ପାରୁ ନଥିବାରୁ ଲୋକମାନଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଥାଏ । ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି । ପ୍ରାୟତଃ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ । ୬୦% ମହିଳାଙ୍କୁ ଅଣ୍ଡାଶୟ କର୍କଟ (ଓଭାରି କ୍ୟାନସର) ହୋଇଛି ବୋଲି ଆଡ଼୍‍ଭାନ୍ସ ଷ୍ଟେଜ୍‌ରେ ଜଣା ପଡ଼ିଥାଏ, ଯାହାଫଳରେ ସେମାନେ ସେହି ରୋଗର ଚିକିତ୍ସା କରି ପାରନ୍ତି ନାହିଁ । ଏହାର ଏକ ବଡ଼ କାରଣ ହେଉଛି ଅବହେଳା ଏବଂ ସଚେତନତାର ଅଭାବ । ଓଭାରି କ୍ୟାନସର କାରଣ ଏବଂ ଏହାର ଲକ୍ଷଣ ବିଷୟରେ ଜାଣନ୍ତୁ।

୧.ମହିଳାଙ୍କ ଓଭାରି ଅନେକ ପ୍ରକାରର କୋଷକୁ ନେଇ ଗଠିତ ହୋଇଥାଏ । ଗର୍ଭାଶୟ ପାଖରେ ଥିବା ଦୁଇଟି ଛୋଟ ଛୋଟ ଅଙ୍ଗକୁ ଓଭାରି ବା ଅଣ୍ଡାଶୟ ବୋଲି କୁହାଯାଏ । ଏହା ମହିଳାମାନଙ୍କର ପ୍ରଜନନ ଅଂଗର ଏକ ଭାଗ, ଯାହା ଦ୍ୱାରା ମହିଳାମାନେ ଗର୍ଭଧାରଣ କରିବାରେ ସକ୍ଷମ ହୋଇଥାଆନ୍ତି । ଯେତେବେଳେ ଅଣ୍ଡାଶୟରେ କୌଣସି ପ୍ରକାରର ଘା ହୋଇଯାଇଥାଏ, ସେତେବେଳେ ଓଭାରି କ୍ୟାନସର ଆରମ୍ଭ ହୋଇଥାଏ ।

NetDoctor

୨. ୪୦ବର୍ଷ ବୟସ ପରେ ସ୍ତନ କର୍କଟ ହେବା ପରେ ଓଭାରି କ୍ୟାନସର ହେବାର ଆଶଙ୍କା ବଢ଼ି ଯାଇଥାଏ । ଯେଉଁ ମହିଳାମାନେ ହର୍‌ମୋନ ରିପ୍ଲେସ୍‌ମେଣ୍ଟ କରାଇଥାଆନ୍ତି, ସେମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।

୩. ଓଭାରି କ୍ୟାନସରର ଲକ୍ଷଣ ଅତି ସାଧାରଣ ହୋଇଥାଏ । ଯାହାଫଳରେ ମହିଳାମାନେ ଏହା ବିଷୟରେ ଜାଣି ପାରନ୍ତି ନାହିଁ । କିନ୍ତୁ ଅଲଟ୍ରାସାଉଣ୍ଡ ମାଧ୍ୟମରେ ହିଁ ଏହି ରୋଗକୁ ଚିହ୍ନଟ କରାଯାଇ ପାରିବ । ଏହି ରୋଗ ବିଷୟରେ ଜାଣିବା ପାଇଁ ପ୍ରତି ବର୍ଷ ପେଲ୍‌ଭିକ୍‌ ପରୀକ୍ଷା କରିବା ନିତାନ୍ତ ଆବଶ୍ୟକ । ଓଭାରି କ୍ୟାନ୍‌ସର ହୋଇଥିଲେ । ପେଟ ବିନ୍ଧିବା ସହ ଫୁଲି ରହିଥାଏ, ବାୟୁଦୋଷ ଆରମ୍ଭ ହୋଇ ଯାଇଥାଏ, ମାସିକ ଧର୍ମର ସମୟ ଗଡ଼ିବା, କୌଣସି ଖାଦ୍ୟ ଖାଇବାକୁ ଭଲ ନ ଲାଗିବା, ଥକାପଣ ହେବା ଏବଂ ପିଠି ବିନ୍ଧା ହେବା, ହଠାତ୍‌ ଶରୀର ପତଳା ହୋଇଯିବା ଆଦି ଲକ୍ଷଣ ଦେଖା ଯାଇଥାଏ ।

wikiHow

୪.ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ମହିଳାମାନଙ୍କୁ ବ୍ଲଡ଼୍‍ କ୍ୟାଲସିୟମର ପରୀକ୍ଷା ପ୍ରତିମାସରେ କରାଇବା ଦରକାର ।

୫. ଗର୍ଭ ନିରୋଧକ ବଟିକାଠାରୁ ଦୂରରେ ରହିବା ଦରକାର ।

୬.ମୋଟାପଣ ଉପରେ ନିୟନ୍ତ୍ରଣ କରିବା ସହ ପ୍ରତିଦିନ ବ୍ୟୟାମ କରିବା ଦରକାର ।

୭. ଓଭାରି କ୍ୟାନସର ଆଡ଼୍‍ଭାନ୍ସ ଷ୍ଟେଜ୍‌ରେ ପହଞ୍ଚିବା ପରେ ହିଁ ଜଣା ପଡ଼ିଥାଏ । କିନ୍ତୁ ଯଦି ଆପଣ ସମୟ ସମୟରେ ଏହାର ଚିକିତ୍ସା କରାଉଛନ୍ତି, ତେବେ ଯାଇ ଓଭାରି କ୍ୟାନସର ବିଷୟରେ ଆପଣ ପୂର୍ବରୁ ଜାଣି ପାରିବେ ।

 

ସମ୍ବନ୍ଧିତ ଖବର