ଆପଣଙ୍କ ମାଆ, ଭଉଣୀ, ଭାଉଜ, ପତ୍ନୀ ବା ପ୍ରେମିକାଙ୍କ ସ୍ୱଭାବ ପରଖିବା ପାଇଁ ଆପଣାଇପାରନ୍ତି ଏସବୁ ଉପାୟ !

ଆମେ ଦୈନନ୍ଦିନ ଜୀବନରେ କେତେକ ମହିଳାଙ୍କ ସଂସ୍ପର୍ଶରେ ଆସିଥାଉ । ଏମାନେ ଆମର ମାଆ, ଭଉଣୀ, ଭାଉଜ, ପତ୍ନୀ, ପ୍ରେମିକା,ସହକର୍ମୀ ପଡୋଶୀ ଅବା କୌଣସି ଅଜ୍ଞାତ ମହିଳା ହୋଇପାରନ୍ତି ।ଅଧିକାଂଶ ପୁରୁଷଙ୍କ ମତ ହେଲା ଯେ ମହିଳାଙ୍କୁ ଠିକ୍‌ ଭାବେ ବୁଝିପାରିନାହାନ୍ତି । ଆଉ କେତେକ ଭାବନ୍ତି ଯେ ଆମେ ନାରୀଙ୍କ ସଂପର୍କରେ ସବୁ କଥା ଜାଣୁ । କିନ୍ତୁ ପ୍ରକୃତରେ ସେମାନଙ୍କୁ ଭଲ ଭାବେ ଜାଣିବାର ଆବଶ୍ୟକତା ରହିଛି । ତେବେ ମହିଳାଙ୍କ ସ୍ୱଭାବ ସଂପର୍କରେ ଆମର ଜାଣିବା ଏକାନ୍ତ ଆବଶ୍ୟକ ।

ମହିଳାଙ୍କର ସ୍ୱଭାବ ପରଖିବା ଲାଗି ଆମକୁ ପ୍ରଥମେ ତାଙ୍କର କେତୋଟି କଥା ଜାଣିବା ଆବଶ୍ୟକ । ଯେମିତିକି ସେ କ’ଣ ଖାଆନ୍ତି, କିଭଳି ଜୀବନଶୈଳୀ ଆପଣାଇଛନ୍ତି, କିପରି ପରିଧାନ କରନ୍ତି, ସେ କାହା ସହିତ ମିଶୁଛନ୍ତି, କେଉଁ ଭଳି ପୁରୁଷଙ୍କୁ ବିବାହ କରିଛନ୍ତି ।

କୁହାଯାଏ ମୁଖ ହେଉଛି ବ୍ୟକ୍ତିର ବ୍ୟକ୍ତିତ୍ୱର ଦର୍ପଣ । ଏବେ ବିଜ୍ଞାନ ଏତେ ଆଗେଇ ଗଲାଣି ଯେ ମହିଳାଙ୍କର ମୁହଁ ଦେଖି ମଧ୍ୟ ଆପଣ ତାଙ୍କର ସ୍ୱଭାବ ଜାଣିପାରିବେ ।
ବୈଦିକ ଜ୍ୟୋତିଷ ଅନୁଯାୟୀ ପ୍ରତ୍ୟେକ ମହିଳାଙ୍କ ମୁଖମଣ୍ଡଳରୁ ତାଙ୍କ ଭିତରେ ଥିବା ପିପାସା, କ୍ଷଣକୋପୀ ଗୁଣ, ଆକ୍ରମଣାତ୍ମକ ମନୋଭାବ, ,ଅନ୍ତର୍ମୁଖୀ ଓ ବର୍ହିମୁଖୀ ସ୍ୱଭାବ ବାରିପଡେ । ଏବେ ଆସନ୍ତୁ ମହିଳା ଭ୍ରୂଲତାରୁ ଜାଣିବା ମହିଳାଙ୍କର ସ୍ୱଭାବ..

ଯେଉଁ ମହିଳାଙ୍କର ଭ୍ରୂଲତା କ୍ଷୁଦ୍ର ଓ ମୋଟା, ତାଙ୍କର ନୈତିକ ଚରିତ୍ର ଖୁବ୍‌ ଭଲ ବୋଲି କୁହାଯାଏ ଏବଂ ସେ ଯାହାଙ୍କୁ ଭଲ ପାଆନ୍ତି, ତାଙ୍କ ପ୍ରତି ଆନୁଗତ୍ୟ ରହିଥାଏ । ସେ ତାଙ୍କ ପାଖରେ ଥିବା ପ୍ରତ୍ୟେକଙ୍କୁ ସମ୍ମାନ ଦେଇଥାଆନ୍ତି । ଏହି ମହିଳା ଯାହାଙ୍କ ଜୀବନରେ ଆସିଥାନ୍ତି, ତାଙ୍କୁ ସୁଖୀ କରିଥାଆନ୍ତି ।
ଯେଉଁମାନଙ୍କର ଭ୍ରୂଲତା ତେରଛା, ସେମାନେ କ୍ୟାରିଅର୍‌ ଉପରେ ଅଧିକ ଧ୍ୟାନ ଦେଇଥାଆନ୍ତି ଏବଂ ଉଚ୍ଚତର ସୋପାନ ରେ ପହଞ୍ଚିଥାନ୍ତି ।
ଯେଉଁ ମହିଳାଙ୍କର ଉଭୟ ଆଖିର ଭ୍ରୁଲତା ଲାଗି ରହିଥାଏ ,ସେମାନେ ଅନ୍ୟମାନଙ୍କର ସହାୟତାରେ କ୍ୟାରିଅରରେ ଆଗକୁ ଯାଇଥାଆନ୍ତି । ଏମାନେ ପରିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଆନ୍ତି ।

ଏବେ ଆସନ୍ତୁ ଜାଣିବା ମହିଳାଙ୍କ ଆଖିରୁ ତାଙ୍କର ସ୍ୱଭାବ – ଯେଉଁ ମହିଳାଙ୍କର ଆଖି ବଡ, ସେମାନେ ଖୁସ୍‌ ମିଜାଜ୍‌ ସ୍ୱଭାବର ଓ ସେମାନେ ଅନ୍ୟମାନଙ୍କୁ ସୁଖୀ ରଖିବାର ପ୍ରୟାସୀ । ଯେଉଁମାନଙ୍କର ଆଖିର ରଙ୍ଗ ଇଷତ୍‌ ଲାଲ ସେମାନେ ଭାଗ୍ୟବତୀ ବୋଲି ମଧ୍ୟ ମନେ କରାଯାଇଥାଏ । ଯେଉଁ ମହିଳାଙ୍କ ଆଖିର ରଙ୍ଗ ବାଦାମୀ, ସେମାନେ ଖୁବ୍‌ କେଆରିଂ ଓ ବିଶ୍ୱାସ ଯୋଗ୍ୟା । କିନ୍ତୁ ଚିଲ ଆଖି ଥିବା ମହିଳାମାନେ ସାଧାରଣତଃ ଖୁବ୍‌ ସ୍ୱାର୍ଥପର ।

ଯେଉଁ ମହିଳାଙ୍କର କପାଳରେ ୪ ବା ୫ ଟି ରେଖା ଥାଏ, ସେମାନେ ସ୍ୱାଧୀନ ଚେତା ଏବଂ ନିଜର ନିଷ୍ପତ୍ତି ନିଜେ ନେଇଥାଆନ୍ତି । ଯେଉଁମାନଙ୍କର ରେଖା ନ ଥାଏ, ସେମାନେ ମେଧାବୀ ଓ ବିଜ୍ଞ ।
ଯେଉଁମାନଙ୍କର ଓଠ ର ଆକାର ବଡ଼, ସେମାନେ ନିଜର ଜୀବନଶୈଳୀ ନିଜେ ସ୍ଥିର କରିଥାନ୍ତି । ଯେଉଁ ମହିଳାମାନଙ୍କର ଓଠ ପତଳା, ସେମାନେ ପରିଶ୍ରମୀ ଓ ପରିବାର ସହିତ ବେଶି ସଂଶ୍ଲିଷ୍ଟ ।

 

 

ସମ୍ବନ୍ଧିତ ଖବର