ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ଶରୀରରେ ଦେଖା ଦେଇପାରେ ଏହି ସମସ୍ୟା

ଖାଦ୍ୟ ଶରୀରପକ୍ଷେ ନିହାତି ଆବଶ୍ୟକ। ତେବେ ଖାଦ୍ୟ ଖାଇବାର ବି ସଠିକ୍‌ ସମୟ ରହିଛି। ଯଦି ସଠିକ୍‌ ସମୟରେ ଭୋଜନ ନକରିବା ତେବେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ଅନେକସମୟରେ ଦେଖାଯାଏ ଆମେ ରାତ୍ରିଭୋଜନକୁ ବହୁ ବିଳମ୍ବରେ ଖାଇଥାଉ। ଏହା ସ୍ୱାସ୍ଥ୍ୟ ସମସ୍ୟାର ଏକ ମୁଖ୍ୟ କାରଣ ହୋଇଥାଏ। ଏହା ଦ୍ୱାରା ଶରୀରରେ ବିଭିନ୍ନ ଉପକାରୀ ରସ କ୍ଷରଣରେ ବାଧା ଉପୁଜେ। ଗ୍ଳକୋଜ, ଇନ୍‌ସୁଲିନ୍‌ ଓ ରକ୍ତ ଚାପ ବଢ଼େ। କେବଳ ଏତିକି ନୁହେଁ ଏହା ମଧୁମେହ ସମସ୍ୟା ସୃଷ୍ଟି କରାଏ। ଖାଦ୍ୟ ସଠିକ୍‌ ଭାବେ ହଜମ ହୁଏନାହିଁ ଏବଂ ଚର୍ବି ବଢ଼େ। ଅଧିକ ଦିନ ପର୍ଯ୍ୟନ୍ତ ବିଳମ୍ବରେ ରାତ୍ରିଭୋଜନ, ମସ୍ତିଷ୍କ ଓ ହୃତ୍‌ପିଣ୍ଡ ପାଇଁ ବିପଜ୍ଜନକ ହୋଇଥାଏ।

ରାତ୍ରିଭୋଜନର ଦୁଇ ଘଣ୍ଟା ମଧ୍ୟରେ ଶୋଇପଡ଼ୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ଥିବା ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ-ଗବେଷକଙ୍କ ମତ ଦେଇଛନ୍ତି। ରାତି ଆଠଟା ମଧ୍ୟରେ ରାତ୍ରିଭୋଜନ ଖାଇନେବା ଉଚିତ। ଏହାର ଦୁଇ ଘଣ୍ଟା ପରେ ଶୋଇବାକୁ ଗଲେ ବିପଦ କମ୍‌ ରହିଥାଏ। ଚାପ ବାଉଥିବା ହର୍ମୋନ୍‌ ଆଡ୍ରେନାଲାଇନ୍‌ କ୍ଷରଣ ପ୍ରଭାବିତ ହୁଏନାହିଁ ଓ ମେଦ ଜମେନାହିଁ। କେବଳ ଏତିକି ନୁହେଁ ରାତି ଅଧରେ ବିସ୍କୁଟ୍‌ ଖାଇଲେ ସ୍ମରଣ ଶକ୍ତି କମିଥାଏ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର