ରାତିରେ ବିଳମ୍ବରେ ଶୋଉଥିବା ବ୍ୟକ୍ତିଙ୍କ ପାଖରେ ଦେଖାଯାଇଥାଏ ଏହି ସବୁ ବିଶେଷ ଗୁଣ

ନୂଆଦିଲ୍ଲୀ : ପୂର୍ବରୁ କଥାରେ ଅଛି ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ସକାଳର ପ୍ରଥମ ସୂର୍ଯ୍ୟ କିରଣ ସ୍ୱାସ୍ଥ୍ୟ ପାଇଁ ଲାଭାୟକ ହୋଇଥାଏ। ଏହା ଦ୍ୱାରା ମସ୍ତିଷ୍କ ତୀକ୍ଷ୍ମ ହୋଇଥାଏ । ତେବେ କିଛି ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ରାତିରେ ଡ଼େରିରେ ନିଦ ଆସିଥାଏ ଏବଂ ସକାଳେ ଡ଼େରିରେ ନିଦ ଭାଙ୍ଗିଥାଏ । ତେବେ ଆପଣ ଜାଣିଛନ୍ତି କି ଏପରି ବ୍ୟକ୍ତି ଶୀଘ୍ର ଉଠୁଥିବା ବ୍ୟକ୍ତିଙ୍କଠାରୁ ଅଧିକ ପ୍ରଭାବଶାଳୀ ଏବଂ ଚତୁର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାରରେ ।

ସକାଳୁ ଶୀଘ୍ର ଉଠୁଥିବା ବ୍ୟକ୍ତିମାନଙ୍କ ଶରୀରରେ ସକାଳୁ ରାତ୍ରି ପର୍ଯ୍ୟନ୍ତ ଏକ ପ୍ରକାରର ଶକ୍ତି / ଉର୍ଜା ଦେଖାଯାଇଥାଏ । ସେହିଭଳି ରାତିରେ ଡ଼େରିରେ ଶୋଉଥିବା ବ୍ୟକ୍ତିମାନଙ୍କ ଶରୀରରେ ସନ୍ଧ୍ୟା ସମୟରେ ଅଧିକ ମାତ୍ରାରେ ଉର୍ଜା ଏବଂ ଶକ୍ତି ଦେଖାଯାଇଥାଏ । ଏହା ଦ୍ୱାରା ବ୍ୟକ୍ତି ଅଧିକ କାମ କରିବା ପାଇଁ ଇଛ୍ଛୁକ ହୋଇଥାଏ । ଏଣୁ ସକାଳେ ଶୀଘ୍ର ଉଠୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଡ଼େରିରେ ଉଠୁଥିବା ବ୍ୟକ୍ତିମାନେ ସ୍ୱଭାବରେ ଅଧିକ ଧୀରସ୍ଥିର ହୋଇଥାନ୍ତି ।

ବୈଜ୍ଞାନିକ ଗବେଷଣା ଅନୁଯାୟୀ, ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହୁଥିବା ବ୍ୟକ୍ତିଙ୍କ ଶରୀରରେ ହର୍ମୋନ ମାତ୍ରା କମ୍‌ ଦେଖାଯାଇଥାଏ । ଏଣୁ ଏହି ବ୍ୟକ୍ତିମାନେ ଚିନ୍ତା ମୁକ୍ତ ରହିଥାନ୍ତି । ଏହି ବର୍ଗର ବ୍ୟକ୍ତିମାନେ ଯେକୌଣସି କାର୍ଯ୍ୟକୁ ଅଧିକ ସତର୍କତାର ସହ କରିଥାନ୍ତି । ଏହାର ଅର୍ଥ ନୁହଁ କି ସକାଳୁ ଶୀଘ୍ର ଉଠିବା ଅନୁଚିତ । ସର୍ବଦା ଶୀଘ୍ର ଶୋଇ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ଅଟେ ।

ସମ୍ବନ୍ଧିତ ଖବର