ବିଳମ୍ବରେ ରାତ୍ରିଭୋଜନ କରିଲେ ଏସବୁ ଶାରୀରିକ ସମସ୍ୟା ଦେଖାଦେଇପାରେ

ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରିବା ଅନୁଚିତ କାରଣ ଏହାଦ୍ବାରା ନିମ୍ନଲିଖିତ ଶାରୀରିକ ସମସ୍ୟା ଦେଖା ଦେଇପାରେ

ହାର୍ଟ ବର୍ଣ୍ଣ: ରାତିରେ ବେଶି ଖାଇଲେ ତାହା ପାଚନ କ୍ରିୟାରେ ସହାୟକ ଏସିଡ ସହିତ ମିଶଯାଏ। ଏହି କାରଣରୁ ଛାତିରେ ଜ୍ୱଳନ ହୋଇଥାଏ, ଯାହାକୁ ହାର୍ଟବର୍ଣ୍ଣ ବୋଲି କୁହାଯାଏ ।

ଅନିଦ୍ରା: ଯେଉଁମାନେ ପ୍ରଚୁର ଖାଦ୍ୟ ଖାଇ ରାତିରେ ଶୁଅନ୍ତି, ସେମାନଙ୍କୁ ଅନିଦ୍ରା ବା ସୁନିଦ୍ରା ନ ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ମଧୁମେହ: ରାତ୍ରିଭୋଜନ ପରେ କୌଣସି କାମ ନ କରି ଆପଣ ଶୋଇବାକୁ ଗଲେ, ବ୍ଲଡ୍‌ସୁଗାର ସ୍ତର ପରିବର୍ତ୍ତିତ ହୋଇଥାଏ । ଏଭଳି ପରିସ୍ଥିତିରେ ଟାଇପ୍‌-୨ ମଧୁମେହର ଆଶଙ୍କା ଉପୁଜିଥାଏ ।

ବଦହଜମି: ଏଭଳି ବଦଭ୍ୟାସ ଯୋଗୁଁ ବଦହଜମର ଶିକାର ହୋଇପାରନ୍ତି । କାରଣ ରାତ୍ରିରେ ସାଧାରଣତଃ ଖାଦ୍ୟ ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ ।

photo-navbharattimes

ହୃଦ୍‌ଘାତ: ବଦହଜମି ହେତୁ ଆପଣଙ୍କ ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ୍‌ ଉପରେ ଏହା କୁପ୍ରଭାବ ପକାଇଥାଏ । ଏହା ଫଳରେ ହୃଦ୍‌ଘାତ ଭଳି କଷ୍ଟ ବି ଭୋଗି ପାରନ୍ତି ।

photo-bhaskar.com

ଏଣୁ ରାତିରେ ୮ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ ଏବଂ ଖାଇବା ପରେ ସଙ୍ଗେ ଶୋଇବା ଅନୁଚିତ ।

ସମ୍ବନ୍ଧିତ ଖବର