ହସିବାର ଏସବୁ ଫାଇଦା ବିଷୟରେ ଆପଣ କ’ଣ ଜାଣନ୍ତି !

ସାଧାରଣତଃ ହସିବା ବ୍ୟକ୍ତି ଜୀବନର ଏକ ଅବିଶେଷ ଅଙ୍ଗ ହୋଇଥିଲାବେଳେ,ଏହାଦ୍ୱାରା ବ୍ୟକ୍ତିକୁ ଅନେକ କିଛି ଫାଇଦା ବି ମିଳିଥାଏ। ତେବେ ଆଦନ୍ତୁ ଜାଣିବା ହସ ଯୋଗୁଁ କି କି ସବୁ ଲାଭ ମିଳିଥାଏ,ସେହି ବିଷୟରେ ଜଣାଇବୁ!
୧-ହସିବା ଦ୍ୱାରା ମଣିଷର ଶରୀରରୁୁ ଏକ ଖାସ୍‌ ହର୍‌ମୋନ୍‌ ବାହାରିଥାଏ, ଯାହାକି ବ୍ୟକ୍ତିକୁ ଅବସାଦ,ଚିନ୍ତା,ଦୁଃଖ ,ରାଗ ଏବଂ ଚିଡ଼ିଚିଡାପଣଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।
୨-ଏଥିସହିତ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବ୍ୟକ୍ତିର ହସିବା।
୩-ଏହାସହିତ କ୍ୟାଲୋରି ଖର୍ଚ୍ଚ କରିବା ସହିତ ଓଜନ ହ୍ରାସ କରିବାରେ ହସ ସାହାଯ୍ୟ କରିଥାଏ।
୪-ତେବେ ହସିବା ଦ୍ୱାରା ମଧ୍ୟ ବ୍ୟକ୍ତିିର ଆତ୍ମବିଶ୍ୱାସ ବଢ଼ିବା ସାଙ୍ଗକୁ ବ୍ୟକ୍ତି ତାହାର ମାନସିକ ସ୍ତରରେ ବି ଦୃଢ଼ ହୋଇଥାଏ।
୫- ଏକ ଗବେଷଣାରେ କୁହାଯାଇଛି ଯେ,ଅମ୍ଳଜାନର ଉପସ୍ଥିତିରେ କ୍ୟାନ୍‌ସର୍‌ କୋଷିକା ଏବଂ ଅନ୍ୟ କେତେପ୍ରକାରର ହାନିକାରକ ବ୍ୟାକ୍ଟେରିଆ ଇନ୍‌ ଭାଇରସ୍‌ ମଧ୍ୟ ନଷ୍ଟ ହୋଇଯାଇଥାଏ। ସାଧାରଣତଃ ହସିବା ଯୋଗୁଁ ଆମକୁ ଅମ୍ଳଜାନ ଅଧିକ ମାତ୍ରାରେ ମିଳିଥାଏ ଓ ଶରୀରର ଇମ୍ୟୁନ୍‌ ସିଷ୍ଟମ୍‌ ବି ମଜ୍‌ଭୁତ ହୋଇଥାଏ।
୬-ଫଳରେ ପ୍ରତ୍ୟେକ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ହସିବା ଯୋଗୁଁ ବ୍ୟକ୍ତି ଶରୀରରେ ୪୦୦ କ୍ୟାଲୋରିର ମୋଟାପାରେ ହ୍ରାସ ହୋଇଥାଏ।
୭-ଏଥିସହିତ ହସହସମୁଖ ଥିବା ବ୍ୟକ୍ତି ତାହା ଜୀବନରେ ଆସୁଥିବା ସମସ୍ତ କଷ୍ଟକର କାର୍ଯ୍ୟକୁ ବି ହସି ହସି କରି ଦେଇଥାଏ।
୮-ହସିବା ଯୋଗୁଁ ରକ୍ତଚାପ କମ୍‌ ରହିବା ସାଙ୍ଗକୁ ଲାକ୍‌ଟୋ ଥେରିପିସେ ହାଇପରଟେନ୍‌ସନ୍‌,ଅଧିକ ଅବସାଦ,ଅଥରାଇଟର୍ସ, ବା ଗଣ୍ଠିଦରଜଜନିତ ସମସ୍ୟା ,ଷ୍ଟ୍ରୋକ୍‌,ଡାଇବେଟିସ୍‌ ଏବଂ ହୃଦୟ ରୋଗର ସମସ୍ୟା ଆଦି ସବୁ କମ୍‌ ହୋଇଥାଏ।


୯-ଏହାସହିତ ହସିବା ଯୋଗୁଁ ମଧ୍ୟ ଶରୀରରେ ଏଣ୍ଡୋଫିନ୍‌ ନାମକ ହର୍‌ମୋନ୍‌ର ନିସୃତ ହୋଇଥାଏ। ଏହା ଦରଜ ସମସ୍ୟାକୁ ବ୍ୟକ୍ତିଠାରୁ ଦୂରେଇ ରଖିଥାଏ।

ସମ୍ବନ୍ଧିତ ଖବର