ଜାଣନ୍ତି କି ହସିବା ଏକ ପ୍ରାକୃତିକ ପେନକିଲର !

ମଣିଷ ଏକ ସାମାଜିକ ପ୍ରାଣୀ । ଏଣୁ ତାର ଭାବପ୍ରବଣତା ରହିଛି। ଏଥିଲାଗି ସେ ହସେ ଏବଂ କାନ୍ଦେ । ହସିବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ, ଏହା ଆମକୁୁ ଜଣା । ହସ ଦ୍ୱାରା ଅନେକ ରୋଗ ମଧ୍ୟ ଶରୀରରୁ ଦୂରେଇ ଯାଇଥାଏ ବୋଲି କୁହାଯାଏ , କାରଣ ହସିଲେ ମସ୍ତିଷ୍କ ମୁକ୍ତ ରହିଥାଏ । ଫଳତଃ ଆପଣ ଯେକୌଣସି ଗମ୍ଭୀର ସମସ୍ୟାର ସମାଧାନ ମଧ୍ୟ ସହଜରେ କରିପାରନ୍ତି ।

ମନେ ରଖିବା ଉଚିତ ଯେ ହସିବା ଏକ ପ୍ରକାରର ବିଜ୍ଞାନ । ହସର ବିଜ୍ଞାନ ଓ ଏଥିରେ ଶରୀରରେ ହେଉଥିବା ପ୍ରଭାବକୁ ଜେଲୋଟୋଲଜି ବୋଲି କୁହାଯାଏ । ହସ ରକ୍ତ ସ୍ରାବର ପରିମାଣକୁ ୨୨ ପ୍ରତିଶତ ବୃଦ୍ଧି କରିଥାଏ । ଅପରପକ୍ଷରେ ମାନସିକ ଉତ୍ତେଜନା ହେଲେ ରକ୍ତପ୍ରବାହର ୩୫ ପ୍ରତିଶତ ହ୍ରାସ ପାଇଥାଏ ।
ଆହୁରି ଏକ ଉଲ୍ଲେଖନୀୟ କଥା ହେଲା ଯେ ଖୋଲିକି ହସିବା ଏକ ପ୍ରାକୃତିକ ପେନକିଲର ଭଳି କାମ କରିଥାଏ । ଏହା ଛଡ଼ା ମଣିଷ ହସିଲେ ତା’ ଭିତରେ ଏକ ସକାରତ୍ମକ ବିଚାର ମଧ୍ୟ ବିକଶିତ ହୋଇଥାଏ । ଏହାଫଳରେ ଆପଣ ସହଜରେ କୌଣସି ମାନସିକ ବ୍ୟାଧିିରେ ପୀଡ଼ିତ ହୋଇ ନଥାଆନ୍ତି ।

photo- sites.psu.edu

ହସିବା ସମୟରେ ଶରୀରରେ ୧୭ଟି ମାଂସପେଶୀ ବ୍ୟବହୃତ ହୋଇଥାଏ , କିନ୍ତୁ କ୍ରୋଧ କାଳରେ ୪୩ ଟି ମାଂସପେଶୀର ଆବଶ୍ୟକତା ପଡ଼ିଥାଏ । କୌଣସି ଲୋକ ସହଜରେ ହସେ ନାହିଁ । ଯେତେବେଳେ ତା’ର ମନକୁ କୌଣସି କଥା ଛୁଏଁ, ସେତେବେଳେ ତାଙ୍କର ମୁହଁରେ ହସର ଲହରି ଖେଳିଥାଏ । ଆଉ ଏକ କଥା ହେଲାଯେ ଯେତେବେଳେ ମଣିଷ ଏକାନ୍ତରେ ରହେ, ସେତେବେଳେ ତା’ର ହସିବାର ଇଚ୍ଛା ୩୦ ପ୍ରତିଶତ ହ୍ରାସ ପାଇଥାଏ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲାଯେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ହସି ଥାଆନ୍ତି । ଅଧିକାଂଶ ମହିଳା ଦିନକରେ ୬୨ ଥର ହସିଥାଆନ୍ତି , କିନ୍ତୁ ପୁରୁଷ ମାତ୍ର ଆଠ ଥର ହସିଥାଆନ୍ତି । କୁହାଯାଏ ଲୋକମାନେ ଦିନରେ ୪୦୦ ଥର ହସିଥାଆନ୍ତି ଓ ବୟସ୍କମାନେ ମାତ୍ର ୧୩ ରୁ ୧୫ ଥର ହସିଥାଆନ୍ତି ।

ସମ୍ବନ୍ଧିତ ଖବର