ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ହସିଥାଆନ୍ତି

ପ୍ରତ୍ୟେକ ବ୍ୟକ୍ତି ତାର ଜୀବନରେ ଉଭୟ ହସ ଏବଂ କାନ୍ଦର ଅନୁଭବ କରିଥାଏ। ସୁଖ ସମୟରେ ସାଧାରଣତଃ ମଣିଷ ହସିଥାଏ ଏବଂ ଦୁଃଖ ବେଳେ କାନ୍ଦିଥାଏ। ହସିବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ, ଏହା ସମସ୍ତଙ୍କୁ ଜଣା । କୁହାଯାଏ ଯେ ହସ ଦ୍ୱାରା ଅନେକ ରୋଗ ମଧ୍ୟ ଶରୀରରୁ ଦୂରେଇ ଯାଆନ୍ତି । କାରଣ ହସିଲେ ମସ୍ତିଷ୍କ ଉତ୍ତେଜନାମୁକ୍ତ ରହିଥାଏ । ଫଳତଃ ଆପଣ ଯେକୌଣସି ଗମ୍ଭୀର ସମସ୍ୟାର ସମାଧାନ ମଧ୍ୟ ସହଜରେ କରିପାରନ୍ତି ।

ହସିବା ସମୟରେ ଶରୀରରେ ୧୭ଟି ମାଂସପେଶୀ ବ୍ୟବହୃତ ହୋଇଥାଏ , କିନ୍ତୁ କ୍ରୋଧ କାଳରେ ୪୩ ଟି ମାଂସପେଶୀର ଆବଶ୍ୟକତା ପଡ଼ିଥାଏ । କୌଣସି ଲୋକ ସହଜରେ ହସେ ନାହିଁ । ଯେତେବେଳେ ତା’ର ମନକୁ କୌଣସି କଥା ଛୁଏଁ, ସେତେବେଳେ ତାଙ୍କର ମୁହଁରେ ହସର ଲହରି ଖେଳିଥାଏ । ଆଉ ଏକ କଥା ହେଲାଯେ ଯେତେବେଳେ ମଣିଷ ଏକାନ୍ତରେ ରହେ, ସେତେବେଳେ ତା’ର ହସିବାର ଇଚ୍ଛା ୩୦ ପ୍ରତିଶତ ହ୍ରାସ ପାଇଥାଏ ।

photo- shutterstuck

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲାଯେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ହସିଥାଆନ୍ତି । ଅଧିକାଂଶ ମହିଳା ଦିନକରେ ୬୨ ଥର ହସିଥାଆନ୍ତି , କିନ୍ତୁ ପୁରୁଷ ମାତ୍ର ଆଠ ଥର ହସିଥାଆନ୍ତି । କୁହାଯାଏ ଲୋକମାନେ ଦିନରେ ୪୦୦ ଥର ହସିଥାଆନ୍ତି ଓ ବୟସ୍କମାନେ ମାତ୍ର ୧୩ ରୁ ୧୫ ଥର ହସିଥାଆନ୍ତି । ମନେ ରଖିବା ଉଚିତ ଯେ ହସିବା ଏକ ପ୍ରକାରର ବିଜ୍ଞାନ । ହସର ବିଜ୍ଞାନ ଓ ଏଥିରେ ଶରୀରରେ ହେଉଥିବା ପ୍ରଭାବକୁ ଜେଲୋଟୋଲଜି ବୋଲି କୁହାଯାଏ । ହସ ରକ୍ତ ସ୍ରାବର ପରିମାଣକୁ ୨୨ ପ୍ରତିଶତ ବୃଦ୍ଧିକରିଥାଏ । ଅପରପକ୍ଷରେ ମାନସିକ ଉତ୍ତେଜନା ହେଲେ ରକ୍ତପ୍ରବାହର ୩୫ ପ୍ରତିଶତ ହ୍ରାସ ପାଇଥାଏ ।

ଆହୁରି ଏକ ଉଲ୍ଲେଖନୀୟ କଥା ହେଲା ଯେ ଖୋଲିକି ହସିବା ଏକ ପ୍ରାକୃତିକ ପେନକିଲର ଭଳି କାମ କରିଥାଏ । ଏହା ଛଡ଼ା ମଣିଷ ହସିଲେ ତା’ ଭିତରେ ଏକ ସକାରାତ୍ମକ ବିଚାର ମଧ୍ୟ ବିକଶିତ ହୋଇଥାଏ । ଏହାଫଳରେ ଆପଣ ସହଜରେ କୌଣସି ମାନସିକ ବ୍ୟାଧିରେ ପୀଡ଼ିତ ହୋଇନଥାଆନ୍ତି ।

ସମ୍ବନ୍ଧିତ ଖବର