ଉଚ୍ଚ ରକ୍ତଚାପ ଓ ହୃଦରୋଗରୁ ଦୂରେଇ ରଖେ ହସ

ମଣିଷ ଜୀବନରେ କେତେବେଳେ ସୁଖ ଥାଏ ତ ପୁଣି କେତେବେଳେ ଦୁଃଖ । ସମସ୍ତେ ସୁଖ ସମୟରେ ଖୁସି ହୋଇଥାଆନ୍ତି, ଆଉ ଦୁଃଖ ସମୟରେ ଭାଙ୍ଗି ପଡ଼ନ୍ତି । କିନ୍ତୁ ହସ ସମସ୍ତଙ୍କର ଏକ ବଡ଼ ଆବଶ୍ୟକତା । ସମସ୍ତେ ଚାହାନ୍ତି ସେ ନିଜେ ସବୁବେଳେ ହସହସ ମୁହଁରେ ରହନ୍ତୁ ଓ ନିଜ ପରିବାରର ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ । ବୋଧହୁଏ ଏଇଥିପାଇଁ କୁହାଯାଏ ହସ ହେଉଛି ସୁଖଶାନ୍ତି ପାଇଁ ବଡ଼ ଔଷଧ । ଯିଏ ଯେତେ ପରିମାଣରେ ହସି ପାରେ, ସେ ସେତେ ପରିମାଣରେ ସୁଖୀ ବୋଲି ବିବେଚିତ ହୋଇଥାଏ।

ଦିନଯାକ କାମ ଓ ବ୍ୟସ୍ତତା ପାଇଁ କେତେକ ଲୋକଙ୍କ ଭିତରେ ଷ୍ଟ୍ରେସ୍‌ ହରମୋନ୍‌ ବଢିଥାଏ । ଏହି ହରମୋନ୍‌ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ । ଲୋକମାନେ ଚିଡ଼ିଚିଡା ସ୍ୱଭାବର ହୋଇଯାଆନ୍ତି । ଏହି ପ୍ରଭାବରୁ ବଞ୍ଚିବା ପାଇଁ ସବୁଠାରୁ ସରଳ ଉପାୟ ହେଲା ହସିବା। ହସିବା ହେଉଛି ସବୁଠାରୁ ଭଲ ବ୍ୟାୟାମ । ସବୁଦିନ ଏକା କିମ୍ବା ସାଙ୍ଗମାନଙ୍କ ସହିତ ମିଶି ହସିଲେ ଶରୀରରେ ଏମିତି କିଛି ହରମୋନ୍‌ ସୃଷ୍ଟି ହୁଏ, ଯାହା ଷ୍ଟ୍ରେସ୍‌କୁ କମ୍‌ କରେ । ଏହା ବ୍ୟତୀତ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ।

ସବୁଦିନ ହସିଲେ ଶରୀରରେ ଏଣ୍ଡୋର୍ଫିନ୍‌ ନାମକ ହରମୋନ୍‌ ନିର୍ଗତ ହୋଇଥାଏ । ଫଳରେ ହୃଦରୋଗ ଓ ହୃତପିଣ୍ଡ ସଂପର୍କିତ ରୋଗଜ ହେବାର ସମ୍ଭାବନା ହ୍ରାସ ପାଏ । ହସିବା ଦ୍ୱାରା ଶରୀରେ ରକ୍ତ ସଂଚାଳନ ଠିକ୍‌ ହୋଇଥାଏ । ଏହା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଏହା ଫଳରେ ଥଣ୍ଡା ଏବଂ ଫ୍ଲୁର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ । ହସିବା ଦ୍ୱାରା ନେଗେଟିଭିଟି ଦୂର ହୋଇଥାଏ ଏବଂ ମସ୍ତିଷ୍କ ଫୁର୍ତ୍ତି ରହିଥାଏ । ମୁଡ୍‌ ମଧ୍ୟ ଭଲ ରହିଥାଏ । ତ୍ୱଚା ମଧ୍ୟ ଚମକି ଥାଏ । ହସିବା ଦ୍ୱାର ତ୍ୱଚା ସୁସ୍ଥ ରହିଥାଏ । ଷ୍ଟ୍ରେସ୍‌ କମ୍‌ କରିବାରେ ଏହା ସବୁଠାରୁ ଭଲ ସାହାଯ୍ୟ କରେ । ହସିବା ଦ୍ୱାରା ଶରୀରରେ ହେଉଥିବା କଷ୍ଟ ମଧ୍ୟ ଦୂର ହୋଇଯାଏ ।

ସମ୍ବନ୍ଧିତ ଖବର