ଲେମନ୍‌ କଫି ପିଇଲେ ମିଳେ ଏସବୁ ଲାଭ

ଲେମନ୍‌ ଟି ଆପଣ ପିଇଥିବେ। ହେଲେ ଲେମନ୍‌ କଫି କେବେ ପିଇଛନ୍ତି କି ! ଆପଣ ଲେମନ୍‌ କଫି ପିଇବାର ଉପକାରିତା ସଂପର୍କରେ କ’ଣ ଜାଣନ୍ତି? ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ କଫିରେ ଲେମ୍ବୁ ମିଶାଇ ପିଇଲେ କିଛି ଦିନ ଭିତରେ ଆପଣଙ୍କର ଓଜନ ହ୍ରାସ ହେବ। ଗରମ ପାଣିରେ କଫି ମିଶାଇ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାପରେ ତାହା ସେବନ କରନ୍ତୁ। କଫିର ସ୍ୱାଦ ଭଲ ଲାଗି ନପାରେ। କିନ୍ତୁ ମୋଟାପା କମ୍‌ କରିବା ଲାଗି ଏହା ସହାୟକ ହୋଇଥାଏ। କଫିରେ କଫିନ୍‌,ଥିୟୋବ୍ରୋମାଇନ୍‌,ଥିୟୋଫାଇଲିଇନ୍‌ ଓ କ୍ଲୋରୋଜେନିକ୍‌ ଏସିଡ୍‌ ଭଳି ପଦାର୍ଥ ଥାଏ,ଯାହା ଫ୍ୟାଟ୍‌ ବର୍ଣ୍ଣ କରିଥାଏ। କଫିରେ ଲେମ୍ବୁ ମିଶାଇଦେଲେ ଏହି ପ୍ରକ୍ରିୟା ଅଧିକ ଶୀଘ୍ର ହୋଇଥାଏ।

ଖାଲି ସେତିକି ନୁହେଁ ଲେମନ୍‌ କଫି ପିଇଲେ ଆପଣଙ୍କର ପାଚନ କ୍ରିୟା ମଧ୍ୟ ଉନ୍ନତତ୍ତର ହୋଇଥାଏ ଓ ଏହା ପେଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଫଳରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ। ଉଷୁମୁ ପାଣିରେ ଲେମ୍ବୁ ଚିପୁଡି ପିଇଲେ ମୋଟାପା କମିଥାଏ ବୋଲି ଆଗରୁ ତ ଜଣା,ଏବେ ଲେମନ୍‌ କଫି ବି ଏଦିଗରେ ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର