ଖାଇବା ସମୟରେ ଲେମ୍ବୁ ପାଣି ପିଇଲେ ଭଲ , ଜାଣନ୍ତୁ ତାହା କି ଉପକାର କରିଥାଏ?

ଏହି ଗବେଷଣାରେ କୁହାଯାଇଛି ଯେ ଖାଦ୍ୟଗ୍ରହଣ ସମୟରେ ଲେମ୍ବୁ ପାଣି ପିଇଲେ ଦେହପାଇଁ ଭଲ। ଅନେକ ଲୋକଙ୍କର ଧାରଣା ଯେ ଖାଇବା ବେଳେ କୌଣସି ପ୍ରକାରର ପାନୀୟ ଗ୍ରହଣ କରିବା ଠିକ୍‌ ନୁହେଁ । ହେଲେ ଏ କ୍ଷେତ୍ରରେ ଲେମ୍ବୁ ପାଣି ଏକ ବ୍ୟତିକ୍ରମ। ଏହା ଲୋକର ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏତଦ୍‌ବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି । ଆସନ୍ତୁ ଜାଣିବା ସେ ସଂପର୍କରେ । ସବୁବେଳେ ଲେମ୍ବୁ ପାଣି ପିିଇବା ଦ୍ୱାରା ବହୁତ ରୋଗରୁ ମୁକ୍ତି ମିଳିଥାଏ ।

ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆସ୍ଥମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କମା କରିଥାଏ । ଲେମ୍ବୁ ପାଣି ଆଲକୋହଲ ପିଇବା ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍‌ ଭାବରେ କାମ କରିଥାଏ ।

 

ଶରୀରରେ ଉତ୍ପନ୍ନ ହେଉଥିବା ଲାକ୍ଟିକ୍‌ ଏସିଡ୍‌କୁ କମ୍‌ କରିବାରେ ସହାୟକ କରିଥାଏ । ଲେମ୍ବୁ ପାଣି ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ଫୁଡ୍‌ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

ସମ୍ବନ୍ଧିତ ଖବର