ଏହି ସବୁ ସମସ୍ୟା ଦୂରେଇବା ପାଇଁ ନିୟମିତ ଲେମ୍ବୁ ପାଣି ପିଅନ୍ତୁ

ଲେମ୍ବୁ ପାଣିରେ ବହୁ ଉପକାରୀ ଗୁଣ ରହିଛି। ମାତ୍ର ଖାଲି ପେଟରେ ଲେମ୍ବୁ ପାଣି ପିଇବା ନିହାତି ଅନୁଚିତ। ଗ୍ୟାସ୍‌ ହୋଇଯିବା ଦ୍ୱାରା ଆପଣ ବହୁ ଅସୁବିଧା ସାମ୍ନା କରିପାରନ୍ତି। ମନେ ରଖନ୍ତୁ ଯେତେବେଳେ ବି ଲେମ୍ବୁ ପାଣି ପିଉଛନ୍ତି ପେଟ ପୂରା ଥିବା ଅବସ୍ଥାରେ ପିଅନ୍ତୁ। ତେବେ, ଆସନ୍ତୁ ଜାଣିବା ଦୈନିକ ଲେମ୍ବୁ ପାଣି ପିଇବା ଦ୍ୱାରା କି କି ଲାଭ ହୋଇଥାଏ। ଗୋଟାଏ ଗ୍ଲାସ୍‌ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଦ୍ୱାରା ଚର୍ବି କମିଥାଏ ଏକଥା ତ ଆପଣ ଜାଣିଥିବେ ନିଶ୍ଚୟ। ତେବେ, ଖାଲି ଚର୍ବି କମାଇବା ନୁହେଁ ଆହୁରି ଗୁଡ଼ାଏ କ୍ଷେତ୍ରରେ ସାହାଯ୍ୟ କରେ ଗୋଟାଏ ଗ୍ଲାସ୍‌ ଲେମ୍ବୁ ପାଣି।

ଏକଥା ତ ଆପଣ ଜାଣିଥିବେ ଯେ ଲେମ୍ବୁ ପାଣିରେ ଭିଟାମିନ୍‌ ‘ସି’ ରହିଛି। ଏଥିରେ ଫଟୋ କେମିକାଲ୍‌ ବି ରହିଛି। ଫଳରେ ନିୟମିତ ଲେମ୍ବୁ ପାଣି ପିଉଥିବା ବ୍ୟକ୍ତିଙ୍କ ଶରୀରରେ ଅତିରିକ୍ତି ମାଂସ ଜମେ ନାହିଁ।

ଆଜିକାଲି ବ୍ରଣ ହେବା ଏକ ସାଧାରଣ ସମସ୍ୟା। ବ୍ରଣ କମାଇବା ପାଇଁ ଲେମ୍ବୁ ହେଉଛି ଏକ ଅବ୍ୟର୍ଥ ଚିକିତ୍ସା। ଲେମ୍ବୁରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି। ଯାହାକି ବ୍ରଣ ଦୂର କରବାରେ ସହାୟ ହୁଏ। ସାଧା ପାଣିରେ ଟୋପାଏ ଲେମ୍ବୁ ମିଶାଇବା ଦ୍ୱାରା ପାଣିର ସ୍ୱାଦ ତ କମିବ ନାହିଁ ମାତ୍ର ବହୁ ଲାଭ ମିଳିବ।

କିଡ୍‌ନୀରେ ଷ୍ଟୋନ୍‌ ହେଲେ କେତେ ଯନ୍ତ୍ରଣାଦାୟକ ତାହା ତ ଆପଣ ଜାଣିଥିବେ ନିଶ୍ଚୟ। ଲେମ୍ବୁ ମିଶ୍ରତ ପାଣି ପିଇବା ଦ୍ୱାରା କିଡ୍‌ନୀ ସମସ୍ୟା ବି ଦୂର ହୋଇଥାଏ।

ଠିକ୍‌ ଭାବେ ଭୋକ ନ ହେବା ଆଜିକାଲି ଯୁବ ପିଢ଼ଙ୍କର ଏକ ସାଧାରଣ ସମସ୍ୟା। ଲେମ୍ବୁ ପାଣି ପିଇଲେ ହଜମ ହେବା ସହ ଭୋକ ହୋଇଥାଏ। ଲେମ୍ବୁ ପାଣି ପିଇବା ଦ୍ୱାରା ସାମାନ୍ୟ ପରିମାଣର ମାନସିକ ଚାପ ବି କମିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ଭୁଲ୍‌ ଭାଲେ ଖାଦ୍ୟ ଖାଇ ଫୁଡ୍‌ ପଏଜନିଂ ହେବାର ଅନୁଭୂତି ଆପଣଙ୍କର ନିଶ୍ଚୟ ଥିବ। ଯେହେତୁ ଲେମ୍ବୁରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ତେଣୁ ଫୁଡ୍‌ ପଏଜନିଂ ରୋକିବାରେ ମଧ୍ୟ ଏହା ସହାୟ ହୋଇଥାଏ।

ସମ୍ବନ୍ଧିତ ଖବର