ଆପଣ ନିଦ୍ରାହୀନତାର ଶିକାର କି? ସାଧାରଣ ଲାଗୁଥିବା ଏହି ଅସାଧାରଣ ସମସ୍ୟାର ଗୋଟିଏ ମାତ୍ର ଅବ୍ୟର୍ଥ ସମାଧାନ

ମୋବାଇଲ୍‌ କିମ୍ବା ଇଣ୍ଟରନେଟ୍‌ ପାଇଁ ହେଉ ଅବା ଆଉ କିଛି କାରଣରୁ, ଆଜିକାଲି ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ଏହି ସମସ୍ୟା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖା ଦେଇଥାଏ। ମାତ୍ର ମନେ ରଖନ୍ତୁ ସାଧାରଣ ସମସ୍ୟା ପରି ଅନୁଭୂତ ହେଉଥିଲେ ବି ଅସାଧାରଣ ରୋଗର କାରଣ ବନି ଥାଏ ନିଦ୍ରାହୀନତା। ଆପଣ ନିଜକୁ ଏ ସମସ୍ୟାକୁ ମୁକ୍ତ କରିବାକୁ ଚାହାନ୍ତି କି? ଆପଣାନ୍ତୁ କିଛି ଘରୋଇ ଉପାୟ ଯାହା ଦ୍ୱାରା ଶୀଘ୍ର ନିଦ ହୋଇଯିବ।

ରାତିରେ ବିଛଣାକୁ ଯିବା ପୂର୍ବରୁ ଗୋଲ ଗୋଲ କରି ପତଳା ପତଳା ଦୁଇଟି କଟା କାକୁଡ଼ି ନେଇ କରି ଯାଆନ୍ତୁ। ମନେ ରଖନ୍ତୁ କାକୁଡ଼ିକୁ ଲୋକେ ଆଖିତଳ କଳା ପଡ଼ିବାର ପ୍ରତିକାର ଭାବେ ବ୍ୟବହାର କରିଥାନ୍ତି। ମାତ୍ର ଆପଣଙ୍କର ଦୁଇଟି ଲାଭ। ଏକରେ ତ ଏହା ଆଖି ତଳକୁ କଳା ପଡ଼ିବାରୁ ଅଟକାଇବ। ଦୁଇରେ କାକୁଡ଼ି ଅତ୍ୟଧିକ ଥଣ୍ଡା ହୋଇଥିବାରୁ ଏହା ଆଖିକୁ ଆରାମ ଦେବ।

ଦିନ ସାରା କମ୍ପ୍ୟୁଟର୍‌ ସମ୍ନାରେ କାମ କରିବା ହେତୁ ହେଉ, ବହି କିମ୍ବା ଖବରକାଗଜକୁ ଦୀର୍ଘ ସମୟ ପଢ଼ିବା ହେତୁ ହେଉ କିମ୍ବା ଅତ୍ୟଧିକ ମୋବାଇଲ୍‌ ବ୍ୟବହାର ହେତୁ ହେଉ ଆଖି ଏକ ରକମର କ୍ଳାନ୍ତ ହୋଇ ପଡ଼ିଥାଏ। କାକୁଡ଼ି ଆଖିରେ ରଖି ଶୋଇବା ଦ୍ୱାରା କ୍ଳାନ୍ତପଣ ଦୂର ହେବା ସହ ନିଦ ଭଲ ହୋଇଥାଏ।

ଆପଣ ଏପରି ମାତ୍ର ସପ୍ତାଟେ କରି ଦେଖନ୍ତୁ। ଦେଖିବେ ଆପଣ ଶୀଘ୍ର ଶୋଇ ଶ୍ରୀଘ୍ର ଉଠିବାର ମଜା ଥରେ ପାଇଗଲେ ଆଉ ମୋବାଇଲଖ ମାୟାରେ ପଡ଼ିବେ ନାହିଁ।

ସମ୍ବନ୍ଧିତ ଖବର