ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ପ୍ରଗତି ପଥରେ ଅଗ୍ରସର ହେବେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ, ତାହା ସଫଳ ହେବ। ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଟେଲି କଳାକାରଙ୍କ ଲାଗି ନୂଆ ସୁଯୋଗ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ପାଟଣେଶ୍ବରୀ।


ମିଥୁନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କାର୍ଯ୍ୟ ପରିସର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। ଘରେ ଖୁସିର ମାହୋଲ ରହିବ। ଛାତ୍ରଙ୍କୁ ପରିଶ୍ରମରୁ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ଆପଣ ନିଜକୁ ଟିକିଏ ଆୟତ୍ତରେ ରଖିବା ଦରକାର। ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ। ଘର କାମ ଲାଗି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବେ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ଆପଣ ନିଜ ଉପରେ ଭରସା ରଖି କାମ କରନ୍ତୁ। କୌଣସି ବଡ଼ କାମରୁ ଆଜି ବଡ଼ ଫାଇଦା ହେବ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ସୁନ୍ଦର ଉପହାର କିଣିବେ। ଛାତ୍ରଙ୍କୁ ଗୁରୁଜନଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

କନ୍ୟା: ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ସବୁ କାମ ଭଲ ଢଙ୍ଗରେ ପୂରା କରିନେବେ। ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବା ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧୢାତ୍ମିକତା ବୃଦ୍ଧି କରିପାରନ୍ତି। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅଫିସ୍‌ରେ ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ବିଛା: ନମ୍ର ବ୍ୟବହାର ଲାଗି ଆପଣଙ୍କୁ ଲାଭ ମିଳିବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। କ୍ୟାରିୟର ସମ୍ବନ୍ଧୀୟ ନୂଆ ଅବସର ମିଳିବ। ଛାତ୍ରଛାତ୍ରୀ ପଢ଼ିବା ଲେଖିବାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଭାଗ୍ୟର ସହଯୋଗ ପାଇବେ। କାର୍ଯ୍ୟ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷ ବଢ଼ିଆ ଚାକିରି ପାଇବେ। ପ୍ରେମିକାଙ୍କୁ ବିବାହ ପାଇଁ ରାଜି କରାଇନେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ବରୀ।

ମକର: ଧାର୍ମିକ ତଥା ଆଧୢାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। ଅଫିସରେ ଲାଗି ରହିଥିବା ବିବାଦର ସମାଧାନ ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ। ଆପଣଙ୍କୁ କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ରାଜନୀତିରେ ମନକାମନା ପୂରା ହେବ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କଠାରୁ ଖୁସି ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ମୀନ: ଆଜି ଆପଣ କୌଣସି ମାମଲାରେ ଭାବପ୍ରବଣ ହେବେ। ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସହ କାରବାର ସମ୍ବନ୍ଧରେ ଆଲୋଚନା କରିବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର