ଲମ୍ବା ସମୟ ଟିଭି ଦେଖନ୍ତି କି? ବଦଳାନ୍ତୁ ଏହି ଅଭ୍ୟାସ, ନହେଲେ ବିପଦ

ଆଜିକାଲି ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ଟିଭି ଦେଖିବାକୁ ପସନ୍ଦ କରନ୍ତି । ତେବେ ଲମ୍ବା ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ଆପଣଙ୍କ ସ୍ୱାସ୍ଥ୍ୟପକ୍ଷେ ହାନୀକାରକ ହୋଇପାରେ । ଅର୍ଥାତ ଆପଣ ଡ଼ାଇବେଟିସ୍‌, ମେଦବହୁଳତା ଏବଂ ହୃତ୍‌ଘାତ ଆଦି ରୋଗର ଶିକାର ହୋଇପାରନ୍ତି । କେବଳ ଏତିକି ନୁହେଁ, ଲମ୍ବା ସମୟ ଧରି ଟିଭି ସମ୍ମୁଖରେ ବସିବା କାରଣରୁ ବ୍ୟକ୍ତି ଶରୀରରେ ରକ୍ତଜମାଟ ହେବାର ସମସ୍ୟା ୭୦ ପ୍ରତିଶତ ବଢ଼ିଯାଇଥାଏ ।

ମହିଳାମାନଙ୍କ ଉପରେ କରାଯାଇଥିବା ଏକ ଗବେଷଣା ଅନୁସାରେ ଲମ୍ବା ସମୟ ଟିଭି ସାମ୍ନାରେ ବସି ଟିଭି ଦେଖିବା ଯୋଗୁଁ,ଏହା ସେମାନଙ୍କ ଗୋଡ଼,ବାହୁ ଅଥବା ପିଚାକୁ ପ୍ରଭାବିତ କରିଥାଏ । ହେଲେ ପ୍ରମୁଖ ଭାବରେ ଏହି ଅଭ୍ୟାସ ଦ୍ୱାରା ବ୍ୟକ୍ତିର ଫୁସ୍‌ଫୁସ୍‌ରେ ରକ୍ତଜମାଟ ବାନ୍ଧିଥାଏ । ଏହାକୁ ବେନ୍‌ସ ଥ୍ରୋମ୍ବୋଏମ୍ବୋଲି ବା ବିଟିଇ କୁହାଯାଏ । ତେବେ ନିୟମିତ ବ୍ୟାୟାମ୍‌ ବେନ୍‌ସ ଥ୍ରୋମ୍ବୋଏମ୍ବୋଲି ହେବାର ସମ୍ଭାବନକୁ କମ କରିଥାଏ ।

ଏହାର ପ୍ରକୃତ କାରଣ ଜାଣିବାକୁ ଯାଇ ଆମେରିକାର ଗବେଷକମାନେ ୪୫ରୁ ୬୪ ବର୍ଷର ଅଧିକ ଟିଭି ଦେଖୁଥିବା ୧୫ ହଜାର ବ୍ୟକ୍ତିକୁ ନେଇ ଏକ ଅାକଳନ କରିଥିଲେ। ଯେଉଁଥିରୁ ସେମାନେ ଜାଣିପାରିଲେ ଯେ ଅଧିକ ଟିଭି ଦେଖୁଥିବା ବ୍ୟକ୍ତିଙ୍କଠାରେ ବିଟିଈ ହେବାର ଆଶଙ୍କା କେବେ ବି ହୋଇନଥାଏ ବା କମ୍‌ ଟିଭି ଦେଖୁଥିବା ବ୍ୟକ୍ତିଙ୍କ ଅପେକ୍ଷା ୧.୮ ଗୁଣା ଅଧିକ ହୋଇଥାଏ । ଆମେରିକାର ବରମୋଣ୍ଟ ୟୁନିଭର୍ସସିଟିର ମୈରୀ କୁଶମୈନଙ୍କ ଅନୁଯାୟୀ, ବସିକି ଟିଭି ଦେଖିବା ଠାରୁ ଅଧିକ କ୍ଷତିକାରକ ଅଟେ କଡ଼ମାରି କିମ୍ବା ସ୍ଥିର ହୋଇ ଟିଭି ଦେଖିବା । ଏହାବଦଳରେ ଆପଣ ଯଦି ଟ୍ରେଡ଼୍‍ମେଲ୍‌ ଉପରେ ଚାଲିକରି ଟିଭି ଦେଖନ୍ତି ତ,ତେବେ ବିଟିଈ ହେବାର ସମସ୍ୟା ଆପେ ଆପେ ହିଁ କମ୍‌ ହୋଇଯାଏ। ଏତଦ୍‌ବ୍ୟତୀତ ଟିଭି ଦେଖିବା ସମୟରେ ମଝିରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଟହଲ ମାରିବା ବି ବ୍ୟକ୍ତି ଶରୀର ପାଇଁ ଲାଭଦାୟକ ହୋଇଥାଏ ବୋଲି ସେମାନେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର