ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିବା ପୁଅ/ ଝିଅ ପୂର୍ବରୁ ଆଉ କାହା ସହ ସମ୍ପର୍କରେ ନାହାନ୍ତି ତ ?

ଯଦି ଜଣେ ପୁଅ ବା ଝିଅ ତାର କେଉଁ ସାଥୀକୁ ପ୍ରକୃତରେ ଭଲ ପାଉଥାଆନ୍ତି ତେବେ ସେ ତା’ର ଏହି ସମ୍ପର୍କକୁ କାହା ସାମ୍ନାରେ ଲୁଚାଇ ନ ଥାଏ । କିନ୍ତୁ ଏମିତି କିଛି ଝିଅ ବା ପୁଅ ଅଛନ୍ତି ଯେଉଁମାନେ ସେମାନଙ୍କ ସମ୍ପର୍କ ବିଷୟରେ କାହାକୁ ଜଣାନ୍ତି ନାହିଁ ବା ସେମାନଙ୍କ ସାଥୀ ବିଷୟରେ କଥା ଆସିଲେ, କଥାକୁ ବଦଳାଇ ଦେଇଥାନ୍ତି । ସମସ୍ତଙ୍କ ଆଗରେ ନିଜ ସାଥୀଠାରୁ ଅଲଗା ରହିବା ଏବଂ ତାଙ୍କ ସାଙ୍ଗ ବୋଲି ସମସ୍ତଙ୍କୁ ପରିଚୟ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି କଥା ଯାହା ମାଧ୍ୟମରେ ଆପଣ ଜାଣି ପାରିବେ କି ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ପୁଅ ବା ଝିଅ ପୂର୍ବରୁ ଆଉ କାହା ସହ ସମ୍ପର୍କରେ ଅଛନ୍ତି ନା ନାହାନ୍ତି ।

୧. ଯେତେବେଳେ ଜଣେ ପୁଅ ବା ଝିଅ ନିଜ ସାଥୀକୁ ଛାଡ଼ି ଆପଣଙ୍କ ପ୍ରତି ଆକର୍ଷିତ ହେବା ଆରମ୍ଭ କରନ୍ତି ସେତେବେଳେ ସେ ତାଙ୍କ ସାଥୀ ଅପେକ୍ଷା ଆପଣଙ୍କୁ ଅଧିକ ସମୟ ଦେଇଥାନ୍ତି । ଆପଣଙ୍କ ସହ ପ୍ରେମ ସମ୍ପର୍କିତ କଥା ହେବା ଆରମ୍ଭ କରନ୍ତି । ନିଜ ସାଥୀ ସହ କଥା ନ ହୋଇ ସେ ଆପଣଙ୍କୁ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଥାନ୍ତି । ଯେତେବେଳେ ଆପଣ ତାଙ୍କୁ ତାଙ୍କ ସାଥୀ କଥା ପଚାରୁଥିବେ ସେମାନେ ସେ କଥାକୁ ବଦଳାଇ ଅନ୍ୟ ବିଷୟରେ କଥା ହେବା ଆରମ୍ଭ କରି ଦେଉଥିବେ ।

୨.ଜଣେ ଯେତେବେଳେ ପ୍ରେମରେ ଥାଏ ସେ ସବୁବେଳେ ତାର ସାଥୀ ବିଷୟରେ କହିଥାଏ । କିନ୍ତୁ ଯଦି ଜଣେ ଆପଣଙ୍କ ପ୍ରତି ଆକର୍ଷିତ ହୋଇ ପୂର୍ବ ପ୍ରେମକୁ ଭାଙ୍ଗିବାକୁ ଚାହୁଁଥିବ ସେତେବେଳେ ସେ ଆପଣଙ୍କୁ ଗୁରୁତ୍ୱ ଦେବା ସହ ପୂର୍ବ ପ୍ରେମିକ/ପ୍ରେମିକା କଥା ଉଠିଲେ ତାକୁ ବଦଳାଇବା ଆରମ୍ଭ କରୁଥିବ ।

photo- fanpop.com

୩. ଏକାଥିବା ବେଳେ ଆପଣଙ୍କ ସହ ପ୍ରେମିକ/ପ୍ରେମିକା ଭଳି ବ୍ୟବହାର କରୁଥିଲେ ମଧ୍ୟ ଯଦି କୌଣସି ସ୍ଥାନରେ ଅଚାନକ ସେ ନିଜ ସାଥୀ ସହ ଆପଣଙ୍କ ହାବୁଡ଼ରେ ପଡ଼ି ଯାଆନ୍ତିି, ସେତେବେଳେ ସେ ଆପଣଙ୍କୁ ସାଙ୍ଗ କହି ସାଥୀ ସହ ପରିଚୟ କରାଇଥାନ୍ତି ।

୪. ଏଭଳି ପରିସ୍ଥିତିରେ ଯଦି ଆପଣ ଅଛନ୍ତି ତେବେ ସିଧା ଯାଇ ଆପଣଙ୍କୁ ସେ ପୁଅ ବା ଝିଅ ଭଲପାଉଛି ନା ନାହିଁ ପଚାରନ୍ତୁ । ଯଦି ସେ ଆପଣଙ୍କୁ କେବଳ ସାଙ୍ଗ ଭଳି ଦେଖୁଛନ୍ତି ବୋଲି କହନ୍ତି ତେବେ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ ।

ସମ୍ବନ୍ଧିତ ଖବର