ଏହି ସଂଳାପ ଶୁଣିବାକୁ ବ୍ୟଗ୍ର ଥାଆନ୍ତି ପ୍ରେମିକା

ପ୍ରେମ ସଂପର୍କରେ ସଫଳ ହେବାର ନିର୍ଦ୍ଦିଷ୍ଟ ଫର୍ମୁଲା ନାହିଁ । ତେବେ ପାରସ୍ପରିକ ବୁଝାମଣା, ଭଲ ପାଇବା ଦ୍ୱାରା ଏହା ଦୃଢୀଭୂତ ହୋଇଥାଏ । ମନେ ରଖନ୍ତୁ ଆପଣଙ୍କର ଗୋଟିଏ ସଂଳାପ ପ୍ରେମୀଙ୍କର ମୁଡ୍‌ ଖରାପ କରି ଦେଇପାରେ ବା ହୃଦୟକୁ ଭାଙ୍ଗି ଦେଇପାରେ । କିନ୍ତୁ ଜାଣନ୍ତୁ ଏଭଳି କିଛି ସଂଳାପ ଯାହା ଶୁଣିବା ଲାଗି ପ୍ରତ୍ୟେକ ପ୍ରେମିକା ଆତୁର ରହିଥାଆନ୍ତି ।

ମୁଁ କରି ଦେଉଛି ନା :- ଯେତେବେଳେ ଆପଣଙ୍କ ପ୍ରେମିକା ଅନେକଗୁଡିଏ କାମ ଭିତରେ ଛନ୍ଦି ହେଉଥାନ୍ତି ଏବଂ ଆପଣ ତାଙ୍କୁ ସହାୟତାର ହାତ ବଢାଇ କହନ୍ତି, ‘ ମୁଁ କରି ଦେଉଛି ନା…’ ସେତେବେଳେ ସବୁଠାରୁ ବେଶୀ ଖୁସି ଓ ପ୍ରଭାବିତ ହୋଇଥାଆନ୍ତି ପ୍ରେମିକା । ଖାଲି ସେତିକି ନୁହେଁ ଏହି ପଦକ କଥା ବି ତାଙ୍କ ମୁଣ୍ଡରେ ଥିବା କାମର ବୋଝକୁ ହାଲୁକା କରି ଦେଇଥାଏ । ସତରେ ଆପଣ ଯଦି ପ୍ରେମିକାଙ୍କ କାମରେ ମୁଣ୍ଡ ପୁରାନ୍ତି, ତେବେ ପ୍ରେମ ସଂପର୍କ ମଜଭୁତ ହେବ ।
‘ ମୁଁ ଅଛି ନା’ -ମହିଳାମାନେ ଅଧିକ ଭାବପ୍ରବଣ । ଯଦି ସେ କୌଣସି ଅସୁବିଧାରେ ପ୍ରେମିକ ପଡିଥାନ୍ତି ଓ ଆପଣଙ୍କ ମୁହଁରୁ କେବଳ ଗୋଟିଏ କଥା ଶୁଣନ୍ତି, ତେବେ ସେ ଖୁସି ହୁଅନ୍ତି । ତାହା ହେଲା ‘ ମୁଁ ଅଛି ନା ! ’ । ଏହି କଥା ପଦକ ଦ୍ୱାରା ସେ ନିଜକୁ ସ୍ପେସାଲ୍‌ ବୋଲି ମନେ କରନ୍ତି ।
‘ କିଛି ଚିନ୍ତା କରନି , ଟେନସନ ନିଅନି ’: ଯଦି ପ୍ରେମିକା କିଛି ଭୁଲ କାମ କରି ପଶ୍ଚାତାପ କରନ୍ତି, ସେତେବେଳେ ଆପଣ କେବଳ କହିବେ ‘ କିଛି ଚିନ୍ତା କରନି, ଟେନସନ ନିଅନି’ , ତେବେ ପ୍ରେମିକା ଖୁସି ହେବେ ଓ ଉଭୟଙ୍କର ପ୍ରେମ ସଂପର୍କ ଅଧିକ ଶକ୍ତିଶାଳୀ ହେବ।

photo-trulyheart.com_

‘ ତୁମ ସହ ସମୟ ବିତାଇବାକୁ ଭଲ ଲାଗେ’ : ପ୍ରେମିକା ମୁହଁରୁ ପ୍ରେମିକ ସବୁ ବେଳେ ଆଇ ଲଭ ୟୁ ବ୍ୟତୀତ ଆଉ ପଦେ କଥା ବି ଶୁଣିବାକୁ ଭଲପାଏ । ତାହା ହେଲା ‘ ତୁମ ସହ ସମୟ ବିତାଇବାକୁ ଭଲ ଲାଗେ ’ । ଏହା ଛଡ଼ା ଆଜି ଦିନ କେମିତି ଗଲା, ଶୋଇବାକୁ ଯିବା ପୂର୍ବରୁ ଗୁଡ୍‌ ନାଇଟ୍‌ ଶୁଣିବାକୁ ବି ଭଲ ପାଆନ୍ତି ପ୍ରେମିକା ।

ସମ୍ବନ୍ଧିତ ଖବର