ପ୍ରେମ ସଂପର୍କରେ ଥିଲେ ସାଥୀଙ୍କୁ ଭୁଲ ତଥ୍ୟ ଦିଅନ୍ତୁ ନାହିଁ

ପ୍ରେମ ସଂପର୍କରେ ରେ ଥିଲେ କେତେକ ବିଶେଷ କଥାପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଅଫିସ୍‌ରେ ଥାଆନ୍ତୁ କି ଘରେ ନିଜର ପାର୍ଟନରଙ୍କ ସହିତ କିଭଳି ବାନ୍ଧି ହୋଇ ରହିବେ ,ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏଥିପାଇଁ ପାରସ୍ପରିକ ବୁଝାମଣା ଜରୁରୀ। ଜଣେ ଆରଜଣକର ବ୍ୟସ୍ତତା ଓ ଜୀବନଚର୍ଯ୍ୟାକୁ ବୁଝିବା ଉଚିତ। ମନେରଖନ୍ତୁ ଏହାକୁ ନେଇ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଯଦି ଏଭଳି ପରିସ୍ଥିତି ଉପୁଜୁଛି,ତା’ର ସମାଧାନ କରିବାର ରାସ୍ତା ବାହାର କରନ୍ତୁ।
ଅନେକ ସମୟରେ ଭ୍ରମଧାରଣା ଯୋଗୁଁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏଣୁ ପ୍ରେମ ସଂର୍ପକରେ କୌଣସି ବି ଭୁଲ ତଥ୍ୟ ଦିଅନ୍ତୁ ନାହିଁ ନିଜ ପାର୍ଟନରକୁ। କାରଣ ଯଦି କୌଣସି କଥା ମେଳ ନ ଖାଇଲା,ତେବେ ଆରଜଣଙ୍କର କ୍ରୋଧ ବଢ଼ିଯାଏ ଓ ତାହା ବ୍ରେକ୍‌ ଅପ୍‌ର ରାସ୍ତାକୁ ପ୍ରଶସ୍ତ କରିଥାଏ।
ସବୁଠୁଁ ବଡ଼ କଥ ହେଲା ପ୍ରେମ ସଂପର୍କରେ ‘ଇଗୋ’ବା ଅହଂଭାବର ସ୍ଥାନ ନାହିଁ। ପ୍ରେମ ସଂପର୍କରେ ଉଭୟ ପ୍ରେମିକ-ପ୍ରେମିକାଙ୍କୁ ନମନୀୟ ହେବାକୁ ପଡ଼ିବ। ଯଦି ଭୁଲ୍‌ରେ ବି ଅହଂଭାବ ଆସିଗଲା,ତତ୍‌କ୍ଷଣାତ୍‌ ତାକୁ ଦୂରେଇ ଦିଅନ୍ତୁ।

photo-love fanpop.com

ଉତ୍ତମ ପ୍ରେମ ସଂପର୍କର ଅର୍ଥ ହେଲା ଅନ୍ୟଜଣଙ୍କର ମନ କଥାକୁ ବୁଝି କାମ କରିବା। ଯଦି ଦୂରତ୍ୱକୁ କମ୍‌ କରିବାକୁ ଚାହାଁନ୍ତି,ତେବେ ଆଜିକାଲି ସ୍ମାର୍ଟଫୋନ୍‌ ବା ଇଣ୍ଟରନେଟ୍‌ ଜରିଆରେ ତାହା କରିପାରିବେ। ଗୋଟିଏ ପ୍ରେମପୂର୍ଣ୍ଣ ସନ୍ଦେଶ ବା କ୍ଷମା ଯାଚନା ଅନ୍ୟଜଣଙ୍କର ହୃଦୟକୁ ତରଳାଇ ଦେଇଥାଏ ଓ ପରସ୍ପର ବନ୍ଧନକୁ ଅଧିକ ଶକ୍ତ କରିଥାଏ।

ସମ୍ବନ୍ଧିତ ଖବର