ପ୍ରେମିକଙ୍କ ଭିତରେ ଥିବା ଏହି ଦୁର୍ଗୁଣକୁ ପସନ୍ଦ କରନ୍ତି ନାହିଁ ପ୍ରେମିିକା

ପ୍ରେମିକା ସବୁବେଳେ ଚାହେଁଯେ ପ୍ରେମିକ ତା’କୁ ସବୁଠୁ ବେଶୀ ଗୁରୁତ୍ୱ ନେଉ । ଯଦି ଏଭଳି ବ୍ୟତିକ୍ରମ ଘଟେ ତେବେ ପ୍ରେମିକା ବିବ୍ରତ ହେବା ସ୍ୱାଭାବିକ । ଏଣୁ ପ୍ରେମିକ ପ୍ରେମ ସଂପର୍କରେ ଏହାକୁ ସତର୍କତାର ସହ ଅବଲମ୍ବନ କରିବା ଉଚିତ । ପ୍ରେମିକା ସହ ଜଡ଼ିତ କୌଣସି ବି ପ୍ରସଙ୍ଗରେ ଯେମିତି ତାଙ୍କର ଗୁରୁତ୍ୱ ହ୍ରାସ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ତା’ଛଡା ପ୍ରେମିକାଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ଗଣମାଧ୍ୟମ ଲାଗି ମଝିରେ ସେଭଳି ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଅପରିପକ୍ୱତା ରହିବା ମଧ୍ୟ ନିହାତି ଅନାବଶ୍ୟକ । କାରଣ ଅଧିକାଂଶ ପ୍ରେମିକା ଚାହାଁନ୍ତି ତାଙ୍କର ପ୍ରେମିକ ପରିପକ୍ୱ ହୁଅନ୍ତୁ ।

ପ୍ରେମିକଙ୍କ ଭିତରେ ପିଲାଳିଆମି ପସନ୍ଦ କରନ୍ତି ନାହିଁ ପ୍ରେମିିକା । ଯଦି ଆପଣ ଆବଶ୍ୟକତାଠୁ ଅଧିକ ମାତ୍ରାରେ ପିଲାଳିଆମି ଦେଖାଇବେ ବା ସେଭଳି ଅପରିପକ୍ୱ ରହିବେ, ତେବେ ପ୍ରେମିକା ଆପଣଙ୍କୁ ପସନ୍ଦ କରି ନ ପାରନ୍ତି । ଏଣୁ ପ୍ରେମିକ ନିଜର ପ୍ରେମିିକାଙ୍କ ଆଗରେ ନିଜର ଦକ୍ଷତାକୁ ଦେଖାଇବାର ପ୍ରୟାସ କରିବା ଉଚିତ। କିନ୍ତୁ ତା’ଭିତରେ ଭୁଲନ୍ତୁ ନାହିଁ ଯେ ବାହାଦୁରୀ ଦେଖାଇବାକୁ ଯାଇ ପ୍ରେମିକାଙ୍କ ଆଗରେ ତାଙ୍କର ପ୍ରକୃତ କ୍ଷମତାଟି ପ୍ରକାଶ ନ ପାଉ।

photo-supportiveguru

ଅନେକ ସମୟରେ ଏଭଳି ଛୋଟ ଘଟଣା ଘଟିଥାଏ ଯାହାକୁ ନେଇ ପ୍ରେମିକାଙ୍କ ସହ ପ୍ରେମିକଙ୍କର ମତାନ୍ତର ବା ମନାନ୍ତର ହୋଇଥାଏ। କିନ୍ତୁ ଯଦି ସତର୍କ ରହିବେ ତେବେ ଏଭଳି ପରିସ୍ଥିତି ଉପୁଜିବ ନାହିଁ ବା ଯଦି ହୋଇଗଲା ସେଥିରୁ ସହଜରେ ମୁକୁଳି ପାରିବେ। ଏଣୁ ସମୟାନୁବର୍ତ୍ତୀ ହୁଅନ୍ତୁ ଏବଂ ଅଯଥା ମିଛ କହି ମତାନ୍ତର ବା ମନାନ୍ତରକୁ ନିମନ୍ତ୍ରଣ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର