ନିମ୍ନ ରକ୍ତଚାପର ଶିକାର କି? ଆପଣାନ୍ତୁ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ରକ୍ତଚାପର ଶିକାର ହେଉଛନ୍ତି। ସାଧାରଣ ରକ୍ତଚାପ ହେଲା ୧୨୦/୮୦। ଯଦି ରକ୍ତଚାପ ୯୦ ରୁ କମ୍‌ ହୋଇଯାଏ, ତେବେ ତାକୁ ନିମ୍ନ ରକ୍ତଚାପ ବୋଲି ଧରା ଯାଇଥାଏ। ଏହାକୁ ସାଧାରଣ ସ୍ତରକୁ ଆଣିବା ଲାଗି ଆମେ କେତେକ ଘରୋଇ ଉପାୟ ଅବଲମ୍ବନ କରିଥାଉ। କିନ୍ତୁ ଏଥିଲାଗି ଏକ ଆସନ ମଧ୍ୟ ରହିଛି।
ଏହି ଆସନର ନାଆଁ ହେଲା ମୂର୍ଦ୍ଧାସନ। ଆସନ୍ତୁ ଜାଣିବା କିପରି କରିବେ ଏହି ଆସନ!…..

ଏହା ଏକ ଦଣ୍ଡାୟମାନ ଆସନ। ଏହା ଆପଣଙ୍କ ଶରୀରର ନିମ୍ନ ଅଙ୍ଗ ଉପରେ କାମ କରିଥାଏ। ଏହି ଆସନ କରିଥିଲେ ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥାଏ।
ଏହି ଆସନ କରିବା ପାଇଁ ପ୍ରଥମେ ସମତଳ ଚଟାଣ ଉପରେ ଠିଆ ହୁଅନ୍ତୁ। ଆପଣଙ୍କର ପାଦ ମଧ୍ୟରେ ଦୂରତା ଅତି କମ୍‌ରେ ୩ ଫୁଟ୍‌ ରହିବା ଦରକାର। ତା’ପରେ ନିଃଶ୍ୱାସ ଛାଡ଼ି ଦୁଇ ହାତ ଉପରକୁ ଉଠାନ୍ତୁ। ତା’ପରେ ମୁଣ୍ଡ ତଳକୁ ନୁଆଁଇ ଦୁଇ ହାତ ପାପୁଲିକୁ ଭୂମି ଉପରେ ରଖନ୍ତୁ। ଏହାପରେ ନିଜର ପାଦର ଗୋଇଠିକୁ ଉଠାନ୍ତୁ। ଏହା ଏପରି କରନ୍ତୁ ,ଯେମିତି କି ଶରୀରର ଓଜନ ମୁଣ୍ଡ ଉପରେ ନ ପଡ଼ି ହାତ ପାପୁଲି ଉପରେ ପଡ଼ୁ। କିଛି ସମୟ ପରେ ନିଃଶ୍ୱାସ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରନ୍ତୁ।
ପ୍ରାରମ୍ଭିକ ସମୟରେ ଏହି ଆସନ ୧୦ ମିନିଟ୍‌ କରନ୍ତୁ। ଏହି ଆସନ କରିବା ପରେ ଶବାସନ ଜରୁରୀ ଅଟେ।

photo-punjab keshari

ନିୟମିତ ଭାବେ ମୂର୍ଦ୍ଧାସନ କରିଲେ ପେଟରେ ଗ୍ୟାସ ସମସ୍ୟା ବି ରହେ ନାହିଁ। ମାନସିକ ଅବସାଦ ମଧ୍ୟ ଦୂରୀଭୂତ ହୋଇଥାଏ। ଖାଲି ସେତିକି ନୁହେଁ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ।

ସମ୍ବନ୍ଧିତ ଖବର