ବାର୍ଷିକ ରାଶିଫଳ ୨୦୧୮: ମକର: ଭାଗ୍ୟ ସାଥ ନ ଦେଇପାରେ, ପରିଶ୍ରମରୁ ନିଶ୍ଚିତ ସଫଳତା ମିଳିବ

ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ନିଜର କାମ ମନପ୍ରାଣ ଢାଳି କରନ୍ତୁ, ପରିଶ୍ରମର ଆପଣଙ୍କୁ ସଫଳ ପରିଣାମ ମିଳିବ। ମାର୍ଚ୍ଚରୁ ମଇ ମାସ ଭିତରେ କୌଣସି ନୂଆ ପରିଯୋଜନା ଆପଣଙ୍କୁ ସମ୍ମୁଖକୁ ଆସିପାରେ। ଯାହାଦ୍ଵାରା ଆପଣଙ୍କର ଭବିଷ୍ୟତ ଉଜ୍ଜ୍ଵଳ ହେବ। ବର୍ଷର ପ୍ରଥମ ତିନିମାସ ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଏହା ଆପଣଙ୍କୁ ଅଧିକ ଅସୁବିଧାରେ ପକାଇପାରେ। ମଇ, ଜୁନ୍‌ ମାସ ବେଳକୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ବେପାର ଲାଗି ନୂଆ ପ୍ରସ୍ତାବ ଓ ଅନୁବନ୍ଧ ମିଳିବ, ଯାହାଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିବ। ଚାକିରିରେ ବର୍ଷର ଶେଷାର୍ଦ୍ଧରେ ପଦୋନ୍ନତି ମିଳିବାର ପ୍ରବଳ ସମ୍ଭାବନା ରହିଛି। ପରିବାରର ଦାୟିତ୍ଵ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ଠାରୁ ଢେର୍‌ସାରା ପ୍ରେମ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ବିବାହର ସୁଯୋଗ। ଅବିବାହିତମାନଙ୍କ ପାଇଁ ପ୍ରେମ ଓ ରୋମାନ୍‌ସ୍‌ ଅପେକ୍ଷା କରି ରହିଛି। ଗଣିତ ଓ ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ଭଲ କରିବେ। ଗର୍ଭବତୀ ମହିଳାମାନେ ମାର୍ଚ୍ଚରୁ ମଇ ମାସ ମଧ୍ୟରେ ସତର୍କ ରହନ୍ତୁ। ଅକ୍‌ଟୋବର, ନଭେମ୍ବର ମାସରେ ସର୍ଦ୍ଦି କଫଜନିତ ରୋଗରେ ଶିକାର ହୋଇପାରନ୍ତି।

ସମ୍ବନ୍ଧିତ ଖବର