ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇଲେ ମିଳେ ଏସବୁ ସ୍ୱାସ୍ଥ୍ୟଗତ ଫାଇଦା

ମକର ସଂକ୍ରାନ୍ତି ଅବସରରେ ଭଗବାନ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ। ଏହି ଦିନ ସୂର୍ଯ୍ୟ ଧନୁରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିଠାରୁ ଦିନ ବଡ଼ ହୋଇଥାଏ ଏବଂ ରାତି ଛୋଟ ହୋଇଥାଏ। ମକର ସଂକ୍ରାନ୍ତିରେ ଗୁଡ଼ି ଉଡେଇବାର ପରଂପରା ବି ରହିଛି।
ମକର ସଂକ୍ରାନ୍ତିରେ ଗୁଡି ଉଡାଇଲେ ସ୍ୱାସ୍ଥ୍ୟଗତ ଫାଇଦା ମିଳିଥାଏ। ସୂର୍ଯ୍ୟ ଉତ୍ତରାୟଣରେ ଯିବା କାରଣରୁ ସୂର୍ଯ୍ୟଙ୍କଠାରୁ ନିର୍ଗତ କିରଣ ମନୁଷ୍ୟ ଶରୀରକୁ ଲଗାତାର ସୂର୍ଯ୍ୟଙ୍କର କିରଣ ମିଳିଥାଏ। ଏହା ଫଳରେ ଶରୀରକୁ ଭିଟାମିନ୍‌ ଡି ମଧ୍ୟ ମିଳିଥାଏ, ଯାହା ହାଡ ପାଇଁ ମଧ୍ୟ ଲାଭଦାୟକ। ଏହାଛଡା ଶୀତ ଋତୁରେ ଖରା ଯୋଗୁଁ ହେଉଥିବା ବିଭିନ୍ନ ଚର୍ମ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।

ମକର ସଂକ୍ରାନ୍ତି ଦିନ ରାଶି ଓ ଗୁଡର ମିଶ୍ରଣକୁ ସେବନ କରିବାକୁ ଦିଆଯାଇଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ଥଣ୍ଡାକୋପରୁ ରକ୍ଷା କରିବାରେ ସହାୟକ ବି ହୋଇଥାଏ। ମକର ସଂକ୍ରାନ୍ତିଠାରୁ ମନୁଷ୍ୟର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ। ମନୁଷ୍ୟ ପ୍ରଗତି ଆଡକୁ ଧାବମାନ ହୋଇଥାଏ।

ସମ୍ବନ୍ଧିତ ଖବର