ଏହି କୌଶଳ ଅବଲମ୍ବନ କଲେ ଆପଣଙ୍କ ଓଠ ଦିଶିବ ସୁନ୍ଦର ଓ ଗୋଲାପୀ

ସମେସ୍ତ ଚାହାନ୍ତି ନରମ ଓ ଗୋଲାପୀ ଓଠ। ବିଶେଷ କରି ଝିଅମାନେ ତ ଗୋଲାପୀ ଓଠ ପାଇବାକୁ ପାଗଳୀ ପ୍ରାୟ। ମାତ୍ର ଆଜିକାଲି ପ୍ରଦୂଷଣ ହେତୁ ଓଠ କଳା ପଡ଼ିବା ସହ ସୁଷ୍କ ଦିଶିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ମାତ୍ର ଆପଣ ଯଦି ସୁନ୍ଦର ଓଠ ପାଇବାକୁ ଚାହାନ୍ତି ତାହାଲେ ଆପଣଙ୍କୁ କିଛିଟା କୌଶଳ ଅବଲମ୍ବନ କରିବାକୁ ହେବ। ସୁନ୍ଦର ଓଠ ପାଇବାକୁ ଆପଣଙ୍କୁ ଦରକାର କୋଲ୍‌ଗେଟ୍‌ ଏବଂ ଦାନ୍ତଘଷା ବ୍ରସ୍‌।

ନିଜ ଆଙ୍ଗୁଠିରେ ଟିକିଏ ଗୋଲଗେଟ୍‌ ନିଅନ୍ତୁ। କ୍ରିମ୍‌ ଲଗାଇବା ପରି ଏହାକୁ ଓଠରେ ଲେପ ଦିଅନ୍ତୁ। ୫ ମିନିଟ୍‌ ଛାଡ଼ି ଦେବା ପରେ ଦାନ୍ତକୁ ଯେପରି ବ୍ରସ୍‌ରେ ଘଷନ୍ତି ସେହି ଭଳି ଭାବେ ଓଠକୁ ଘଷନ୍ତୁ। ତା’ପରେ ଓଠକୁ ଧୋଇ ଦିଅନ୍ତୁ। କୋଲ୍‌ଗେଟ୍‌ରେ ଏପରି କିଛି ଉପାଦାନ ଅଛି ଯାହା ଆପଣଙ୍କ ଓଠରୁ ମୃତ କଣିକାକୁ ମାରି ଦେଇଥାଏ। ଏହା ଦ୍ୱାରା ସହଜରେ ସୁନ୍ଦର ଅଧର ପ୍ରାପ୍ତ ହୋଇଥାଏ। ସବୁଠାରୁ ଭଲ କଥା ହେଲା ଏହାର କୌଣସି ପାର୍ଶ ପ୍ରଭାବ ନାହିଁ।

ସମ୍ବନ୍ଧିତ ଖବର