ମାଲେରିଆ ଜ୍ୱରରେ ପୀଡ଼ିତ କ’ଣ ଖାଇବା ଉଚିତ , କ’ଣ ଅନୁଚିତ

ଯଦି ଆପଣ ମାଲେରିଆ ଜ୍ୱରରେ ଆକ୍ରାନ୍ତ, ତେବେ ଜାଣନ୍ତୁ ଆପଣ କ’ଣ ଖାଇବା ଉଚିତ।

-ପିପଳି ଚୁର୍ଣ୍ଣକୁ ମହୁରେ ମିଶାଇ ସେବନ କରିଲେ ମାଲେରିଆ ଜ୍ୱରରୁ ମୁକ୍ତି ମିଳିଥାଏ।
-ଚାଉଳ-ଡାଲିର ଖେଚୁଡି,ଦଲିୟା,ସାଗୁଦାନା ଆଦି ମଧ୍ୟ ଖାଇଲେ ଭଲ। ଏହା ଶୀଘ୍ର ହଜମ ହୋଇଥାଏ ଓ ତାହା ପୁଷ୍ଟିକର ମଧ୍ୟ।
-ଲେମ୍ବୁକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଓ ସୈନ୍ଧବ ଲୁଣ ପକାଇ ଚାଟିଲେ ମଧ୍ୟ ମାଲେରିଆ ରୋଗୀଙ୍କ ପାଇଁ ତାହା ଲାଭଦାୟକ।
-ମାଲେରିଆ ଜ୍ୱରାକ୍ରାନ୍ତ ବ୍ୟକ୍ତି ପାଚିଲା ଅମୃତଭଣ୍ଡା ଖାଇବା ମଧ୍ୟ ଉଚିତ।
-ତୁଳସୀ ପତ୍ର ଓ ଗୋଲମରିଚ ପାଣିରେ ମିଶାଇ ଫୁଟାନ୍ତୁ। ତା’ପରେ ତାକୁ ଛାଣି ପିଇଲେ ବି ତାହା ଲାଭଦାୟକ ହୋଇଥାଏ ମାଲେରିଆ ରୋଗୀଙ୍କ ପାଇଁ।ମାଲେରିଆ ରୋଗୀଙ୍କୁ ସେଓ ଖାଇବାକୁ ଦିଅନ୍ତୁ।

କ’ଣ ଖାଇବେ ନାହିଁ:
ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ। ମାଲେରିଆ ରୋଗୀକୁ ଆମ୍ବ, ଡାଳିମ୍ବ, ଲିଚୁ ଓ କମଳା ଆଦି ଖାଇବାକୁ ଦିଅନ୍ତୁ ନାହିଁ।
-ଦହି,ଗାଜର ଓ ମୂଳା ଆଦି ମଧ୍ୟ ନ ଖାଇବା ଭଲ। ଅମ୍ଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ସେବନ ନ କରିବା ଭଲ।

ସମ୍ବନ୍ଧିତ ଖବର