ବିନା ନିଆଁରେ ପୁରୁଷକୁ ଜାଳିପାରେ ଏହି ସବୁ କଥା!

ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଏମିତି କ’ଣ ଅଛି ଯାହା ଜଣେ ପୁରୁଷକୁ ବିନା ନିଆଁରେ ବି ଜାଳି ଦେଇପାରେ। ଆପଣ ଜାଣିଥିବେ ନିଶ୍ଚୟ ଦହନ କହିଲେ କେବଳ ଅଗ୍ନିରେ ଜଳିଯିବା ନୁହେଁ। ଏମିତି କିଛି କଥା ଥାଏ ଜଣେ ଜୀବିତ ଲୋକକୁ ବି ତିଳ ତିଳ କରି ମାରିପାରେ, ତାହା ଦହନ। ତେବେ, ଚାଲନ୍ତୁ ଜାଣିବା ସେଗୁଡ଼ିକ କ’ଣ।

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିଷୟରେ ପୂର୍ବରୁ ଆମେ ଅନେକ କଥା ପଢ଼ିସାରିଛେ। ସେ କହିଯାଇଥିବା ନୀତିବାଣୀ ସବୁ ଅଧ୍ୟୟନ କରି ଗୁଡ଼ିଏ ଜ୍ଞାନ ଅର୍ଜନ କରିସାରିଛେ। ତେବେ, ଚାଲନ୍ତୁ ଜାଣିବା ସେ ଏହି ଦହନ ସଂପର୍କରେ କି କଥା କହିଛନ୍ତି।

ଯଦି ଜଣେ ମଣିଷ ଏକ ଏପରି ସ୍ଥାନରେ ଥାଏ, ଯେଉଁଠାରେ କୌଣସି ବି ପ୍ରକାରର ନିଯୁକ୍ତି ସୁବିଧା ନଥାଏ ତାହା ସେହି ପୁରୁଷ ପାଇଁ ଜଳିବା ସଦୃଶ ହୋଇଯାଏ। କେଉଁଠି ରହୁଛେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ସ୍ଥାନରେ କି ପ୍ରକାରର ରୋଜଗାର ବ୍ୟବସ୍ଥା ରହିଛି ତାହା ଜଣେ ପୁରୁଷ ପାଇଁ ଖୁବ୍‌ ଗୁରୁତ୍ୱ ରଖେ।

ଯଦି ମାଲିକ ନିଜେ ଦେବାଳିଆ ହୋଇଥାଏ ତେବେ ବି ପୁରୁଷ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ହୋଇପାରେନ। ଯଦି ଜଣେ ପୁରୁଷ ଏମିତି ଜଣେ ଲୋକ ଅଧୀନରେ କାର୍ଯ୍ୟ କରୁଥିବ, ଯିଏ ନିଜେ ନିଜର ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ। ତେବେ ସେ ପୁରୁଷଙ୍କୁ ଜାଳିବା ପାଇଁ ନିଆଁର ଆବଶ୍ୟକତା ପଡ଼େନା।

ପୂର୍ବରୁ ଆମେ ଆଲୋଚନା କରିସାରିଛେ ଯେ ଏହାବ୍ୟତୀୟ ଯାହାର ପତ୍ନୀ କ୍ରେଧୀ, ପୁତ୍ର ଅସଭ୍ୟ, ଝିଅ ବିଧବା ସେ ପୁରୁଷ ବି ବିାନା ନିଆଁରେ ସାରା ଦିନ ଜଳିପାରେ।

ସମ୍ବନ୍ଧିତ ଖବର