ଅଦା, ରସୁଣ, ପୁଦିନା, ଜୁଆଣୀ; କର୍କଟ ସମେତ ବହୁ ବଡ଼ ବଡ଼ ରୋଗର କରିପାରନ୍ତି ମୂଳପୋଛ

ଆମର ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତ୍‌କ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଦ୍ରବ୍ୟ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ। ଆଜି ସେମିତି କିଛି ଦ୍ରବ୍ୟ ସଂପର୍କରେ ଆଲୋଚନା କରବା, ଯେଉଁଗୁଡ଼ିକ ବେଶ୍‌ ଆବଶ୍ୟକୀୟ ଏବଂ ଆମ ଅହାତ ପାହାନ୍ତାରେ ମିଳିଥାଏ।

ଅଦା: କେବଳ ମସଲା ପ୍ରସ୍ତୁତ କରି ତରକାରୀର ସ୍ୱାଦ ବଢ଼ାଇବା ପାଇଁ ନୁହେଁ, ବରଂ ଏଥିରେ ଅନେକ ରୋଗର ନିରାକରଣ ଅଛି। କର୍କଟ, ମଧୁମେୟ, ଶ୍ୱାସ ଆଦି ବଡ଼ ବଡ଼ ସମସ୍ୟାର ସମାଧାନ ଏଥିରେ ରହିଛି।

ରସୁଣ: ଡାକ୍ତରମାନେ କହୁଛନ୍ତି ଦିନକୁ ପାଖୁଡ଼ାଏ କି ଦୁଇ ପାଖୁଡ଼ା ରସୁଣ ଅଭ୍ୟାସଗତ ଭାବେ ଖାଇଲେ ଅନେକ ରୋଗ ପାଖ ପଶିପାରନ୍ତି ନାହିଁ। ରକ୍ତ ସଞ୍ଚାଳନ, ପାଚନ ପ୍ରକ୍ରିୟା ଠିକ୍‌ କରିବା ସହ ଅନେକ ଧରଣର କକର୍ଟ ରୋଗର ମୂଳପୋଛ କରିଥାଏ କଞ୍ଚା ରସୁଣ।

ପୁଦିନା: ଦୈନିକ ପୁଦିନା ପତ୍ର ଖାଇବା ଦ୍ୱାରା ଉତ୍ତମ ଶ୍ୱସନ ପ୍ରଣାଳୀ ହୋଇଥାଏ। ଥଣ୍ଡା, କଫ, ଜଖ୍‌ମା, ଶ୍ୱାସ ଆଦି ରୋଗକୁ ପୁଦିନା ଦ୍ୱାରା ଜିଣାଯାଇ ପାରିବ।

ଜୁଆଣୀ: ଜୁଆଣୀ ଖାଇଲେ ମୁଖ୍ୟତଃ ପେଟ ବେମାରୀ କମ୍‌ ହୋଇଥାଏ। ଏହା ମୁଖ୍ୟତଃ ମସ୍ତିଷ୍କ, କିଡ୍‌ନୀ ଓ ହୃଦ୍‌ରୋଗୀଙ୍କ ପାଇଁ ବିଶେଷ ଫଳପ୍ରଦ।

ସମ୍ବନ୍ଧିତ ଖବର