ବିନା ପାଣିରେ ମେଡିସିନ୍‌ ସେବନ  କରୁଛନ୍ତି  କି ?

କିଛି ଲୋକଙ୍କର ଅଭ୍ୟାସ ଯେ ସେମାନେ ମେଡିସିନ୍‌ ସେବନ କରିବା ଆଗରୁ ହାତରେ ପାଣି ରଖିନଥାନ୍ତି କି ଟାବ୍‌ଲେଟ୍‌ ଖାଇବା ପୂର୍ବରୁ ପାଣି ପିଅନ୍ତି ନାହିଁ।ନିକଟରେ ଏକ ଗବେଷଣାରୁ ଜଣାଯାଇଛି ଯେ ଯେତେବେଳେ କୌଣସି ବ୍ୟକ୍ତି ବିନା ପାଣିରେ ଔଷଧ ଗ୍ରହଣ କରିଥାନ୍ତି, ସେମାନଙ୍କର କେତେକ କ୍ଷତି ହୋଇଥାଏ। ଏବେ ଆସନ୍ତୁ ଜାଣିବା କିଛି ଅସୁବିଧାର ଆଶଙ୍କା ରହିଛି।

 

ପ୍ରଥମ କଥା ହେଲା ଏପରି କରିଲେ ଖାଦ୍ୟନଳୀରେ ଏହାର କୁପ୍ରଭାବ ପଡ଼ିପାରେ। ଖାଦ୍ୟନଳୀ ଆମର ପେଟ ସହିତ ମୁହଁକୁ ଯୋଡ଼ି ଥାଏ। ଏହି କାରଣରୁ କୌଣସି ବି ଦ୍ରବ୍ୟ ମୁହଁ ବାଟଦେଇ ଆମ ପେଟକୁ ଆସିଥାଏ। ଜଳ ବିନା ଟାବଲେଟ୍‌ ବା କ୍ୟାପସୁଲ୍‌ ସେବନ କରିଲେ, ଖାଦ୍ୟନଳୀରେ ଲାଗିଯାଇପାରେ। ଏହାଫଳରେ ସଂକ୍ରମଣ ହେବାର ଆଶଙ୍କା ଥାଏ। ଖାଲି ସେତିକି ନୁହେଁ, ଜ୍ୱଳନ ବି ହୋଇପାରେ।

ଏହାଫଳରେ ମଣ୍ଡବିନ୍ଧା ହେବାର ବି ଆଶଙ୍କା ଥାଏ। ତେବେ ଆପଣ ଯେଉଁ ଟାବଲେଟ୍‌ ସେବନ କରୁଛନ୍ତି, ତାହାର ଆକାର ଉପରେ ଏହାର କୁପ୍ରଭାବ ନିର୍ଭର କରିଥାଏ। ଖାଲି ସେତିକି ନୁହେଁ ଏଥିପାଇଁ ଆପଣଙ୍କର ଶରୀର ଭିତର ଅଂଶରେ ବ୍ଲିଡିଂଗ୍‌ ମଧ୍ୟ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର