ଜୀବନ ଧାରଣ ଲାଗି କାମ କରିବାକୁ ପଡ଼ିଥାଏ । ନିଜ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ବେଳେ ବେଳେ କିଛି ଲୋକ କାମକୁ ନେଇ ଅଧିକ ଚିନ୍ତିତ ହୋଇ ଯାଆନ୍ତି । ଚିନ୍ତାଗ୍ରସ୍ତତା ହେତୁ ସେମାନଙ୍କୁ ବଜାରରେ ମିଳୁଥିବା ଓଷଧ ଖାଇବାକୁ ପଡ଼ିଥାଏ । କିନ୍ତୁ ବେଳେ ବେଳେ ଏହାର କୌଣସି ସୁଫଳ ମିଳିପାରେ ନାହିଁ । ତେବେ କର୍ମଜନିତ ଚିନ୍ତା ଏବଂ ଚିନ୍ତାରୁ ସୃଷ୍ଟି ହେଉଥିବା ହୃଦ୍ଜନିତ ସମସ୍ୟାକୁ ଧ୍ୟାନ ମାଧ୍ୟମରେ ହିଁ ଭଲ କରାଯାଇପାରିବ ବୋଲି ଏକ ଗବେଷଣାରୁ ଜଣା ପଡ଼ିଛି । ୧୪ ଜଣଙ୍କୁ ନେଇ ମିସିିଗାନ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ତରଫରୁ ଏହି ଗବେଷଣା କରାଯାଇଥିଲା । ପ୍ରଥମ ସୋପାନ ଗବେଷଣାରୁ ହିଁ ଧ୍ୟାନ କରିବା ଦ୍ୱାରା ହୃଦଜନିତ ସମସ୍ୟା ଦୂର ହୋଇଥାଏ ବୋଲି ପ୍ରମାଣିତ ହୋଇଥିଲା । ଧ୍ୟାନ କରିବାର ୬୦ ମିନିଟ୍ ପରେ ୧୪ଜଣ ବ୍ୟକ୍ତିଙ୍କର ହୃଦସ୍ପନ୍ଦନ ଠିକ୍ ରହିବା ସହ ରକ୍ତଚାପରେ ପରିବର୍ତ୍ତନ ଦେଖା ଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହ ଧ୍ୟାନ କରିବାର ଗୋଟେ ସପ୍ତାହ ପରେ ୧୪ଜଣଙ୍କ ମଧ୍ୟରେ ଅବସାଦ କମ ହେଉଥିବାର ଦେଖିବାକୁ ମିଳିଥିଲା । ଏହି ଗବେଷଣା ପରେ ମାତ୍ର ଗୋଟେ ଘଣ୍ଟା ଧ୍ୟାନ କରିବା ଦ୍ୱାରା ବ୍ୟସ୍ତବହୁଳ ଜୀବନରେ ହେଉଥିବା ଅବସାଦ ଅନେକାଂଶରେ ଦୂର ହୋଇଥାଏ ବୋଲି ଗବେଷକ ଜନ୍ ଡ଼ୁରୋଚେର୍ କହିଛନ୍ତି । ତାଙ୍କ କହିବା ଅନୁଯାୟୀ,ଏହି ଗବେଷଣାରେ ୬୦ମିନିଟ୍ରୁ ସେମାନଙ୍କୁ ୨୦ ମିନିଟ୍ ଧ୍ୟାନ କରିବାକୁ କୁହାଯାଇଥିବା ବେଳ ୩୦ମିନିଟ୍ ବଡ଼ି ସ୍କାନ କରିବା ପାଇଁ କୁହାଯାଇଥିଲା । ଏହା ସହ ଏକ ସମୟରେ ଶରୀରର ଗୋଟିଏ ଅଂଶ ପ୍ରତି ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ସେମାନଙ୍କୁ କୁହାଯାଇଥିଲା । ଏପରି କରିବା ଦ୍ୱାରା ନିତିଦିନିଆ ଜୀବନରେ ହେଉଥିବା ଅବସାଦଠାରୁ ନିଜକୁ ସହଜରେ ଦୂରେଇ ହେବ ବୋଲି ଜଣାପଡ଼ିଛି।