ଶୀତତାପ ନିୟନ୍ତ୍ରିତ ( ଏସି) ବିନା କାମ କରିଲେ ମନୁଷ୍ୟର ସ୍ମରଣ ଶକ୍ତି ହ୍ରାସ ପାଇଥାଏ: ଗବେଷଣା

ସଦ୍ୟତମ ଗବେଷଣାରୁ ଜଣାଯାଇଛି ଯେ, ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ନ ରହିଲେ ବା ଏସି ବିନା କାମ କରିଲେ ମନୁଷ୍ୟର ସ୍ମରଣ ଶକ୍ତି ହ୍ରାସ ପାଇଥାଏ। ଏହାଦ୍ୱାରା ମଣିଷର ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ ବୋଲି କୁହାଯାଇଛି।ଖାଲି ସେତିକି ନୁହେଁ ବିନା ଏସିରେ କାମ କରିଲେ ଆପଣ ନିଜର କାମ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇପାରନ୍ତି ନାହିଁ। ଠିକ୍‌ ସେହିପରି ଆପଣଙ୍କର ସହନଶୀଳତା ମଧ୍ୟ କମ୍‌ ହୋଇଥାଏ।

ଗବେଷଣାରେ କୁହାଯାଇଛି ଯେ,ଶରୀର ଗରମ ହୋଇଗଲେ ମନୁଷ୍ୟ ଭିତରେ ପରିବର୍ତ୍ତନ ଘଟିଥାଏ,ତାହାର ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି। ଏହି ଗବେଷଣାରେ ପ୍ରାକୃତିକ ପରିବେଶରେ ରହୁଥିବା ୪୪ ଜଣ ଛାତ୍ରଙ୍କୁ ସାମିଲ୍‌ କରାଯାଇଥିଲା।ସେମାନଙ୍କର ବୟସ ୨୦ ବର୍ଷ ବା ତା’ଠାରୁ କମ୍‌ ।ଏହି ୪୪ ଜଣ ଛାତ୍ରଙ୍କ ମଧ୍ୟରୁ କେତେକଙ୍କୁ ଶୀତତାପ ନିୟନ୍ତ୍ରିତ କକ୍ଷରେ ରଖାଯାଇଥିଲା। ଅପରପକ୍ଷରେ ଅନ୍ୟମାନଙ୍କୁ ସାଧାରଣ କକ୍ଷରେ ରହିବାକୁ ଦିଆଯାଇଥିଲା। ଏମାନଙ୍କୁ ୧୨ ଦିନ ଏଭଳି ସ୍ଥିତିରେ ରଖାଯାଇଥିଲା। ସେହି ସମୟ ଭିତରେ ଛାତ୍ରମାନଙ୍କର ସ୍ମରଣ ଶକ୍ତିର ପ୍ରୟୋଗ କରାଯାଉଥିଲା।


ଏଥିରୁ ଜଣାପଡ଼ିଲା ଯେ,ଯେଉଁ ଛାତ୍ରମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ରହୁଥିଲେ,ସେମାନଙ୍କର ସ୍ମରଣ ଶକ୍ତି ଅଧିକ। ଅନ୍ୟପକ୍ଷରେ ଯେଉଁମାନଙ୍କୁ ନନ୍‌ ଏସି ରୁମ୍‌ରେ ରଖାଯାଇଥିଲା,ସେମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ।

ସମ୍ବନ୍ଧିତ ଖବର