ଏହି ସବୁ କାରଣ ପାଇଁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥାନ୍ତି ଲୋକେ, କାରଣ ଜାଣି କରନ୍ତୁ ଚିକିତ୍ସା…

ଆତ୍ମହତ୍ୟା ଆଜିକାଲି ସମାଜରେ ଏକ ରୋଗ ଭଳି ବ୍ୟାପିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଆତ୍ମହତ୍ୟା କରୁଥିବାର ଖବର ଆସିବା ସହ ଏହା ପଛରେ ମାନସିକ ଅବସାଦ ଏକ ବଡ଼ କାରଣ ଥିବା ଜଣା ପଡ଼ିଛି । କାମର ଚିନ୍ତା ବା ପାରିବାରିକ କଳହକୁ ନେଇ କିଛି କିଛି ଲୋକ ଆତ୍ମହତ୍ୟା କରୁଥିବା ବେଳେ କିଛି ଯୁବକ ପ୍ରେମ ବ୍ୟାପାରକୁ ନେଇ ଆତ୍ମହିତ୍ୟା କରିଥାନ୍ତି । ଏକ ଗବେଷଣାରୁ ଜଣା ପଡ଼ିଛି କି ମାନସିକ ରୋଗୀମାନେ ପ୍ରାୟତଃ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥାନ୍ତି । ନିଶା ଜିନିଷ ଅଧିକ ସେବନ କରିବା,ଅବସାଦ ଏବଂ ମାନସିକ ରୋଗ ପାଇଁ ଲୋକମାନଙ୍କ ମନରେ ନକାରାତ୍ମକ ଭାବନା ଆସିଥାଏ ।

ଫୁଡ଼୍‍ ଆଣ୍ଡ ଡ଼୍ରଗ୍ସ ଆଡ୍‌ମିନିଷ୍ଟ୍ରେସନ କରିଥିବା ଗବେଷଣା ଦ୍ୱାରା ପ୍ରତି ବର୍ଷ ୩୦ହଜାର ଲୋକ ଆତ୍ମହତ୍ୟା କରୁଛନ୍ତି । ଯାହା ମଧ୍ୟରୁ ଅଧିକାଂଶ ଲୋକ ମାନସିକ ରୋଗୀ ବୋଲି ଜଣା ପଡ଼ିଛି । ଏହା ସହ ସିଜୋଫ୍ରେନିଆ (ଏକ ପ୍ରକାରର ମାନସିକ ରୋଗ)ର ଶିକାର ହୋଇ ମଧ୍ୟ ୪ପ୍ରତିଶତ ଲୋକ ଆତ୍ମହତ୍ୟା କରିଥାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଲୋକମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖା ଯାଇଥାଏ । ଯେମିତିକି……

 

୧. ଆତ୍ମହତ୍ୟା ବିଷୟରେ ଭାବିବା

୨. ଅଜାଣତରେ ଆତ୍ମହତ୍ୟା ବିଷୟରେ କହିବା

୩. ଏକା ରହିବା ସହ ସବୁ ବେଳେ ଚୁପ୍‌ ଚାପ ରହିବା

୪. ଅସହାୟ ଅନୁଭବ କରିବା

୫. ଖାଦ୍ୟପେୟରେ ପରିବର୍ତ୍ତନ ଆସିବା ସହ ଚିଡ଼ି ଚିଡ଼ି ହେବା

୬. ଅଧିକ ସମୟ ନ ଶୋଇ ଚାହିଁ ରହିବା

ଆତ୍ମହତ୍ୟାର ବିଚାରକୁ ରୋକିବାର ଉପାୟ……..

୧. ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟଠାରୁ ଦୂରରେ ରହିବା ସହ ପରିବାର ଲୋକେ, ସଂପର୍କିୟ ଏବଂ ସାଙ୍ଗ ସାଥୀମାନଙ୍କ ସହ ସମୟ ବିତାଇବା ଆରମ୍ଭ କରନ୍ତୁ ।

୨. ପ୍ରତିଦିନର ଜୀବନଚର୍ଯ୍ୟାରେ ବ୍ୟାୟାମକୁ ମିଶାନ୍ତୁ । କାରଣ ଯୋଗ ବ୍ୟାୟାମ କରିବା ଦ୍ୱାରା ମାନସିକ ଅବସାଦ ଅନେକାଂଶରେ କମ ହୋଇଥାଏ ।

୩. ପ୍ରତିଦିନର ଖାଦ୍ୟରେ ସବୁଜ ପନି ପରିବା ସହ ଫଳ ସାମିଲ କରନ୍ତୁ । ସୁସ୍ଥ ଏବଂ ସନ୍ତୁଳିତ ଆହାର ଦ୍ୱାରା ମଧ୍ୟ ମାନସିକ ରୋଗ ଠିକ୍‌ ହୋଇଥାଏ ।

୪. ଦିନକୁ ୭-୮ଘଣ୍ଟା ଶୋଇବା ସହ ସକାରାତ୍ମକ କଥା ବିଷୟରେ ଭାବନ୍ତୁ । ନିଜ ମାନସିକ ରୋଗର ଚିକିତ୍ସା କରାଇବା ସହ ଯେଉଁ ଜିନିଷରୁ ଖୁସି ମିଳୁଛି ସେହି ଜିନିଷ କରିବା ଆରମ୍ଭ କରନ୍ତୁ ।

୫. ପରିବାର ବା ନିଜର ସବୁଠାରୁ ଭଲ ସାଙ୍ଗମାନଙ୍କ ସହ ନିଜ ସମସ୍ୟା ବିଷୟରେ କଥା ହୁଅନ୍ତୁ । ଏହାଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିବା ସହ ଆପଣ ଅବସାଦଗ୍ରସ୍ତ ହେବାରୁ ବଞ୍ଚି ପାରିବେ ।

ସମ୍ବନ୍ଧିତ ଖବର