ମାନସିକ ଚାପ ମେଦବହୁଳତାର ଅନ୍ୟ ଏକ କାରଣ

ମାନସିକ ଚାପ ମଣିଷକୁ ମୋଟା କରିପାରେ। ମଣିଷ ଚାପଗ୍ରସ୍ତ ରହିଲେ, ଏହାର ମୁକାବିଲା ପାଇଁ ଶରୀରରେ କୋର୍ଟିଜଲ୍‌ ହର୍‌ମୋନ୍‌ କ୍ଷରଣ ବଢ଼ିଯାଏ। ଶରୀରର ଚୟାପୟନ ବା ମେଟାବୋଲିଜିମ୍‌କୁ ଏହା ନକାରାତ୍ମକ ଭାବେ ପ୍ରଭାବିତ କରୁଥିବା ପ୍ରମାଣିତ। କୋର୍ଟିଜଲ୍‌ ଯୋଗୁଁ ମେଟାବୋଲିଜମ୍‌ କମୁଛି। ଫଳରେ ଶକ୍ତି ବା କ୍ୟାଲୋରି ନଷ୍ଟ ନ ହୋଇ ମେଦରେ ପରିଣତ ହେଉଛି। କ୍ଷୁଧା ଓ ସନ୍ତୁଷ୍ଟି ସହ ସଂପର୍କିତ ହର୍‌ମୋନ୍‌ ମଧ୍ୟ ଚାପ ଯୋଗୁଁ ପ୍ରଭାବିତ ହୋଇଥାଏ। ସବୁ ବେଳେ ଚାପଗ୍ରସ୍ତ ରହିଲେ, ଖାଦ୍ୟାଭ୍ୟାସ ଆପେ ବଦଳିଯାଏ। ଶ୍ୱେତସାର, ଶର୍କରା ଓ ଲବଣଯୁକ୍ତ ଖାଦ୍ୟ ଅଧିକ ଖାଇବାକୁ ମନ ହୁଏ। ମେଟାବୋଲିଜିମ୍‌ ହ୍ରାସ ପାଉଥିବା ବେଳେ ଏ ଭଳି ଖାଦ୍ୟ ମାରାତ୍ମକ। ଚାପମୁକ୍ତ ରହିବା ପାଇଁ ନିୟମିତ ନିଜ ଶରୀରକୁ ସୁହାଇବା ଭଳି ବ୍ୟାୟାମ କରନ୍ତୁ। ଏ ବାବଦରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ପରାମର୍ଶ ନିଅନ୍ତୁ। ଯୋଗ, ପ୍ରାଣାୟମ, ଧ୍ୟାନ କରନ୍ତୁ। ଖାଦ୍ୟ ବାବଦରେ ସତର୍କ ରହନ୍ତୁ। ଗୀତ ଶୁଣନ୍ତୁ। ଗୀତର ଚାପ ନଷ୍ଟକାରୀ ଗୁଣ ପ୍ରମାଣିତ। ଆଜିକାଲି ଏହା ଦ୍ୱାରା ଚିକିତ୍ସା ମଧ୍ୟ କରାଯାଉଛି। କାମ ସହ ମନୋରଞ୍ଜନ(ଚଳଚ୍ଚିତ୍ର, ଭ୍ରମଣ, ଗପ-ସପ, ଖେଳ-କୁଦ ଆଦି) ମଧ୍ୟ ଲୋଡ଼ା। ଚାପରୁ ମୁକ୍ତି ଦେବା ପାଇଁ ଏହା ସାହାଯ୍ୟ କରେ।

ସମ୍ବନ୍ଧିତ ଖବର