ପୋଦିନା ଚା’ ପିଇଲେ ମିଳିବ ଏସବୁ ଫାଇଦା !

ପୋଦିନା ଚା’ ପିଇଲେ କି କି ଉପକାର ମିଳିଥାଏ,ତାହା ଜାଣନ୍ତୁ-
୧-ଏହା ଦ୍ୱାରା ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
୨-ହଜମ କ୍ରିୟା ଶକ୍ତ ହୋଇଥାଏ।
୩-ପରିଶ୍ରାରେ ପୋଡାଜଳା ସମସ୍ୟା ଥିଲେ ତାହା ଦୂରୀଭୂତ ହେବ।
୪-ନିଃଶ୍ୱାସ-ପ୍ରଶ୍ୱାସଜନିତ ସମସ୍ୟାରୁ ବି ମିଳିବ ମୁକ୍ତି।
୫-ଭୂତାଣୁ ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିବ।
୬-ମାନସିକ ଉତ୍ତେଜନା ହ୍ରାସ ପାଇଥାଏ।
୭-ଅଷ୍ଟିୟୋ ଆର୍ଥରାଇଟିସ୍‌ କୁ ହ୍ରାସ କରିଥାଏ।
୮-କର୍କଟ ରୋଗ ହେବାର ଆଶଙ୍କା ନ ଥାଏ।


ଏବେ ଆସନ୍ତୁ ଜାଣିବା କିପରି ପୋଦିନା ଚା’ ପ୍ରସ୍ତୁତ କରିବେ….
୮ଟି ରୁ ୧୦ଟି ପ୍ରୋଦିନା ପତ୍ର ନିଅନ୍ତୁ। ପ୍ରଥମେ ଏକ ପ୍ୟାନ୍‌ରେ ପାଣି ଫୁଟାନ୍ତୁ। ଏବେ ପୋଦିନା ପତ୍ରଗୁଡିକୁ ସେଥିରେ ପକାନ୍ତୁ। ତା’ପରେ ସେଥିରେ ଗୋଲମରିଚ ଓ ବିଟ ଲୁଣ ମିଶାଇ ପାଞ୍ଚ ମିନିଟ୍‌ ଯାଏଁ ଫୁଟାନ୍ତୁ। ତା’ପରେ ଚା’ ପ୍ରସ୍ତୁତ ହୋଇଗଲା। ଏହାକୁ ଛାଣି ଗୋଟିଏ କପ୍‌ରେ ରଖନ୍ତୁ ଓ ତାକୁ ଉଷୁମ ଥିବା ଅବସ୍ଥାରେ ହିଁ ପିଇଲେ ଉପରୋକ୍ତ ଫାଇଦା ମିଳିବ।

ସମ୍ବନ୍ଧିତ ଖବର