ମିତ ଭାଇଙ୍କ କୁଲ୍‌ଫି ପାନ

କୁଲ୍‌ଫି ପିଲାମାନଙ୍କର ଅତି ପ୍ରିୟ। ଆଉ ପାନ ବୟସ୍କମାନଙ୍କର। ‌ତେବେ ଏହି ଦୁଇ ପିଢ଼ିଙ୍କୁ ମିଶେଇ ସେମାନଙ୍କ ସ୍ବାଦର ଯୁଗଳବନ୍ଦୀ ସ୍ବରୂପ ମିତ ଭାଇ ଭେଟି ଦେଉଛନ୍ତି ‘କୁଲ୍‌ଫି ପାନ’। କୁଲ୍‌ଫି ଓ ଥଣ୍ଡାର ଫ୍ଲେବର ଥିବାରୁ ଏହା ସବୁବର୍ଗକୁ ଆକର୍ଷିତ କରେ। ଏହା ଫଳରେ ପାନର ଉପାକାରିତା ଶରୀରକୁ ମିଳିପାରେ। ଅନ୍ୟପକ୍ଷରେ କୁଲ୍‌ଫି ବଡ଼ମାନଙ୍କୁ କିଛି ସମୟ ପାଇଁ ଛୁଆ ହେବାର ସୁଯୋଗ ଦିଏ। ସବୁ ବର୍ଗର ଚାହିଦା ମେଣ୍ଟାଉଥିବା ଏହି ପାନ ବର୍ତ୍ତମାନ ବିବାହର ଭୋଜିମାନଙ୍କରେ ମୁଖ୍ୟ ଅ‌ାକର୍ଷଣ ପାଲଟିଛି। ଖଣ୍ଡଗିରିସ୍ଥିତ ମାଇଣ୍ଡ ଫ୍ରେସ୍‌ ପାନ ଭଣ୍ଡାରର ମିତ ଭାଇ କୁହନ୍ତି, ପାନ ପତ୍ରରେ କୁଲ୍‌ଫି, ଗୁଲ୍‌କନ୍‌, ମିଠା ପତ୍ର, ପୁଦିନା ପତ୍ର, ଇଲାଇଚି, ଜାୟାତ୍ରୀ ଓ ମିଲେଠି ଆଦି ପକାଇ ଏହାକୁ କୋନ୍‌ ଆକାରର କରି ଏକ କାଠି ସହ ଖଞ୍ଜି କରି ଫ୍ରିଜ୍‌ କରାଯାଏ। ପରେ ଗ୍ରାହକଙ୍କ ବରାଦ ଅନୁଯାୟୀ ପରସା ଯାଇଥାଏ। ଏହାର ଦାମ୍‌ ୪୦ଟଙ୍କା ହୋଇଥିବା ବେଳେ ଏଥିରେ ବହୁ ଉପକାରୀ ମସଲା ପକାଯାଉଥିବାରୁ ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଗତ କିଛି ମାସଧରି ସେ ଏହାର ବିକ୍ରିବଟା କରୁଥିବା ବେଳେ ସବୁ ପିଢ଼ିର ଲୋକମାନଙ୍କର ଆଗ୍ରହ ରହିଛି।

ସମ୍ବନ୍ଧିତ ଖବର