ସକାଳୁ ସକାଳୁ ଉଷୁମ ପାଣିରେ ହଳଦୀ ସହ ଏହି ସବୁ ଜିନିଷ ମିଶାଇ ପିଇବା ଆରମ୍ଭ କରନ୍ତୁ, ମିଳିବ ଚମତ୍କାର କଲା ଭଳି ଫାଇଦା

ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇଥାନ୍ତି । ଯାହାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଯଦି ଆପଣ ଏହି ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଶରୀରର କିଛି ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍‌ ସହଜରେ ହୋଇଯିବ । ଗୋଟେ ଗ୍ଲାସ୍‌ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪ ଚାମଚ ମହୁ ମିଶାନ୍ତୁ । ସବୁ ମିଶିଯିବା ପରେ ଏହାକୁ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା ।

୧.ହଳଦୀ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ସକାଳୁ ଉଠି ଆପଣମାନେ ହଳଦୀ, ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଉଛନ୍ତି, ତେବେ ଅପଣଙ୍କ ମସ୍ତିଷ୍କ ଶାନ୍ତ ଏବଂ ସକ୍ରିୟ ହୋଇ ଯାଇଥାଏ । ଯଦି ଆପଣଙ୍କର କଥା ଭୁଲିଯିବାର ସମସ୍ୟା ରହିଛି, ତେବେ ଏହି ମିଶ୍ରଣକୁ ପିଇବା ଆରମ୍ଭ କରନ୍ତୁ ।

YouTube

୨.ଏହି ମିଶ୍ରଣକୁ ପିଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ ।

୩.ନିୟମିତ ଭାବରେ ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବା ସହ ପାଚନକ୍ରିୟା ସୁସ୍ଥ ରହିଥାଏ ।

nari.punjabkesari.in

୪.ହଳଦୀରେ କର୍‌କ୍ୟୁରିନ୍‌ ନାମକ କେମିକାଲ ରହିଥାଏ, ଯାହା କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକ ସହ ଲଢ଼ିଥାଏ ।

ସମ୍ବନ୍ଧିତ ଖବର