ଅନିୟନ୍ତ୍ରିତ ଜୀବନଚର୍ଯ୍ୟା ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଆଜିକାଲି ପ୍ରାୟ ଲୋକ ବିଭିନ୍ନ ରୋଗରେ ପଡୁଛନ୍ତି ତେବେ ଯୋଗ ମାଧ୍ୟମରେ ସୁସ୍ଥ ରହିବା ପାଇଁ ସଚେତନତା ସୃଷ୍ଟି ଲାଗି ଜୁନ ୨୧କୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଯୋଗାସନ ସଂପର୍କୀତ ଆନିମେସନ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି। ମୋଦୀ ପୋଷ୍ଟ କରିଥିବା ଆସନ ସଂପର୍କରେ ଜାଣନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ତାଡାସନ
ଏହି ଆସନ କରିବା ଦ୍ୱାରା ଶରୀର ଗଠନରେ ସାହାଯ୍ୟ କରିଥାଏ। ଆଣ୍ଠୁ ଓ ଗୋଇଠିର ହାଡ ମଜଭୁତ ହେବା ସହ ଯଦି ମୁଣ୍ଡ ବୁଲାଉଥାଏ ତାହେଲେ ଏଥିରୁ ଆଶ୍ବସ୍ତି ମିଳିବ।
Doing Tadasana properly would enable you to practice many other Asanas with ease.
Know more about this Asana and its benefits. #YogaDay2019 pic.twitter.com/YlhNhcRas8
— Narendra Modi (@narendramodi) 6 June 2019
ବକ୍ରଆସନ
ବକ୍ରଆସନ କରିବା ଦ୍ୱାରା ଯକୃତ,ବୃକକ ଓ ପାନକ୍ରିୟାଜ ସମସ୍ୟାରୁ ମୁକ୍ତି ମିଳିଥାଏ | ଏହାକୁ ନିୟମିତ କରିବା ଦ୍ୱାରା ମେରୁଦଣ୍ଡ ଶକ୍ତ ହେବା ସହ ହାର୍ନିଆ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ |
Have you ever practiced Vakrasana? Its advantages are numerous and long lasting.
Watch this video. #YogaDay2019 pic.twitter.com/XllWeXUkSC
— Narendra Modi (@narendramodi) 12 June 2019
ଭଦ୍ରାସନ
ଭଦ୍ରାସନ ଶରୀରକୁ ଦୃଢ ଓ ମସ୍ତିଷ୍କକୁ ସ୍ଥିର କରିଥାଏ | ଏହି ଆସନ ନିୟମିତ କରିବା ଦ୍ୱାରା ବିଚଳିତ ମନ ଏକାଗ୍ରତା ହୋଇଥାଏ | ଭଦ୍ରାସନ କରିବା ଦ୍ୱାରା ଫୁସଫୁସ ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଶ୍ୱାସକ୍ରିୟା ସମସ୍ୟାରୁ ମୁକ୍ତି ମିଳିଥାଏ |
भद्रासन शरीर को दृढ़ रखता है और मस्तिष्क को स्थिर करता है। आइए जानते हैं इस आसन के और कितने सारे फायदे हैं। #YogaDay2019 pic.twitter.com/I9vjtQcgqu
— Narendra Modi (@narendramodi) 11 June 2019
ତ୍ରିକୋଣାସନ
ଏହି ଆସନ କରିବା ଦ୍ୱାରା ଅଣ୍ଟା ଓ ମାଂସପେଶୀ ଶକ୍ତ ହେବା ସହ କାନ୍ଧ,ଛାତି ଓ ପାଦର ହାଡ ଶକ୍ତ ହୋଇଥାଏ | ତେବେ ଯଦି ଆପଣଙ୍କୁ ପିଠି,ବେକରେ ପୂର୍ବରୁ କୌଣସି ଆଘାତ ଲାଗିଥାଏ ତେବେ ଏହି ଆସନ କରିବା ଉଚିତ ନୁହେଁ |
On 21st June, we will mark #YogaDay2019.
I urge you all to make Yoga an integral part of your life and also inspire others to do the same.
The benefits of Yoga are tremendous.
Here is a video on Trikonasana. pic.twitter.com/YDB6T3rw1d
— Narendra Modi (@narendramodi) 5 June 2019
ଉଷ୍ଟ୍ରାସନ
ଏହି ଆସନକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ପିଠି ଓ କାନ୍ଧ ମଜଭୁତ ହୋଇଥାଏ | ସେହିପରି ଶରୀର ଫୁର୍ତ୍ତି ହୋଇଯାଇଥାଏ | ଏହି ଆସନକୁ ଠିକ ଭାବେ କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ ହୋଇଯାଇଥାଏ | ଯଦି ଆପଣଙ୍କର ପିଠି ଯନ୍ତ୍ରଣା ସମସ୍ୟା ଥାଏ ତେବେ ଏହି ଆସନ କରିବା ଦ୍ୱାରା ସମାଧାନ ମିଳିଥାଏ | ଏହି ଆସନ ମହିଳାଙ୍କର ଋତୁସ୍ରାବ ସମସ୍ୟାକୁ ମଧ୍ୟ ଦୂର କରିଥାଏ |
Ustrasana is wonderful for your health.
Practising this Asana regularly will strengthen the back, shoulders and improve flexibility.
Learn this Asana and make it an integral part of your daily Yoga routine. #YogaDay2019 pic.twitter.com/s6btN9wGIj
— Narendra Modi (@narendramodi) 10 June 2019