ଚୋବାଇ ଖାଉଥିବା ବେଳେ କିଛି ଶବ୍ଦ ବାହାରିଲେ , ଏହାକୁନେଇ ବିରକ୍ତ ହେଉଥିବା ଲୋକେ ଏହି ରୋଗର ଶିକାର

ଏମିତି କିଛି ଲୋକ ଅଛନ୍ତି,ଯେଉଁମାନେ ଖାଇବାବେଳେ ଶବ୍ଦ ବାହାର କରିଥାନ୍ତି। ସେମାନେ ଖାଦ୍ୟ ଚୋବାଇ ଖାଉଥିବା ବେଳେ କିଛି ବିରକ୍ତିକର ଶବ୍ଦ ବାହାରି ଥାଏ, ଯାହାକୁ ନେଇ ସାମ୍ନାରେ ବସିଥିବା ଲୋକ ବିରକ୍ତ ହୋଇଥାଏ। ଏମିତି ବି ଲୋକ ଅଛନ୍ତି,ଯେଉଁମାନେ ଏଥିରେ ରାଗିଯାଆନ୍ତି। ଏଭଳି ଲୋକ ମିସୋଫୋନିୟା ରୋଗରେ ଆକ୍ରାନ୍ତ ବୋଲି କୁହାଯାଇଥାଏ। ଏହା ଏକ ପ୍ରକାରର ମାନସିକ ବିକାର। ଭାରତରେ ଏଭଳି ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏକ ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ମାମଲା ସାମ୍ନାକୁ ଆସୁଛି।
ଏବେ ଆସନ୍ତୁ ଜାଣିବ ମିସୋଫୋନିୟା ରୋଗ ସଂପର୍କରେ..
ଚୋବାଇ ଚୋବଇ ଖାଉଥିବା ବେଳେ ଶବ୍ଦ,ଦାନ୍ତ କଟମଟ କରିବା ଆଦି ଯୋଗୁଁ ଯେଉଁମାନେ ସହଜରେ କ୍ଷୁବ୍ଧ ହୋଇଥାନ୍ତି,ସେମାନଙ୍କୁ କୁହାଯାଏ ମିସୋଫୋନିୟା ରୋଗରେ ପୀଡ଼ିତ। ଏହା ଏକ ମାନସିକ ବିକାର।କୌଣସି ପ୍ରକାରର ଅପ୍ରିୟ ଶବ୍ଦ ଶୁଣିବାର ଶକ୍ତି ନ ଥାଏ ଏହି ରୋଗଗ୍ରସ୍ତ ବ୍ୟକ୍ତିଙ୍କ ପାଖରେ। ଧୂମପାନ,ଘୁଙ୍ଗୁଡି ମାରିବା,ଜୋରରେ ନିଃଶ୍ୱାସ ନେବା,ଛିଙ୍କିବା,କାଶିବା ସିଟି ବଜାଇବା,ଚାଟିବା ଆଦି ଶବ୍ଦକୁ ନେଇ ବିରକ୍ତ ହେଉଥିଲେ ଜାଣିବେ ସେହି ବ୍ୟକ୍ତି ମିସୋଫୋନିୟା ରୋଗରେ ପୀଡ଼ିତ।

ସମ୍ବନ୍ଧିତ ଖବର