ମଦର ଟେରେସାଙ୍କର ଏହି ୧୦ ବାଣୀ ଆପଣଙ୍କୁ ଜଣେ ଭଲ ମଣିଷ କରି ଗଢ଼ିବା ପାଇଁ ଯଥେଷ୍ଟ

0 1,608

: କେତେକ ଲୋକ ଜୀବନରେ ଆଶିର୍ବାଦ ହୋଇ ଆସନ୍ତି ତ ଆଉ କେତେକ ଲୋକ ଶିକ୍ଷା ହୋଇ ଆସନ୍ତି। ଯାହାଙ୍କ ଆସିବା ପରେ ଅନେକ କିଛି ଶିଖିବାକୁ ମିଳିଥାଏ।

: ମୁଁ ଏକା ତ ପୂରା ବିଶ୍ୱ ବଦଳାଇ ପାରିବି ନାହିଁ। ମାତ୍ର ମୁଁ ପାଣିକୁ ଟେକାଟିଏ ମାରି ସେଥିରେ କିଛି ସମୟ ପାଇଁ ତରଙ୍ଗ ନିଶ୍ଚୟ ସୃଷ୍ଟି କରିପାରିବି।

: ଠିକ୍‌ ହେବା ଅପେକ୍ଷା ଦୟାଳୁ ହେବା ବେଶି ଗୁରୁତ୍ୱପୂର୍ଣ୍ଣ।

: ଯଦି ତୁମେ ଶହେ ଲୋକଙ୍କୁ ଖୁଆଇ ପାରିବ ନାହିଁ, ତେବେ ଜଣଙ୍କୁ ଖୁଆଅ।

: ଆଶା ରଖନାହିଁ ଯେ ସବୁ ଠିକ୍‌ ଲୋକ ତୁମ ଜୀବନରେ ଆସିବେ। ବରଂ ଆଶା ରଖ ଯେ ସେ ସମସ୍ତ ଲୋକଙ୍କୁ ତୁମେ ଠିକ୍‌ ବନେଇ ଦେଇ ପାରିବ।

Panda Mobile only

: ଶାନ୍ତିର ସୃଷ୍ଟି ହସରୁ।

: ଆମେ ସମସ୍ତେ ମହାନ କାର୍ଯ୍ୟ କରିପାରିବା ନାହିଁ। ମାତ୍ର ଆମେ ଚାହିଁଲେ ଛୋଟ କାମକୁ ମହାନତାର ସହ କରିପାରିବା।

: ଲୋକଙ୍କୁ ସେମାନଙ୍କ ଖରାପ ଗୁଣ ହିସାବରେ ବ୍ୟବହାର ଦେଖାଅ ନାହିଁ; ବରଂ ନିଜର ଭଲ ଗୁଣ ହିସାବରେ ଦେଖାଅ।

: ଯଦି ତୁମେ ଲୋକଙ୍କୁ ପରଖିବା ଆରମ୍ଭ କରିବ ତେବେ ତାଙ୍କୁ ଭଲପାଇବା ପାଇଁ ତୁମେ ସୁଯୋଗ ପାଇବ ନାହିଁ।

: କେବେ ଭାବନାହିଁ ଯେ ତୁମେ କେତେ ଦାନ କରିଛି; ବରଂ ଚିନ୍ତା କର କେତେ ସ୍ନେହର ସହ ଦାନ କରିପାରିଛ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.