ମାଟି ବି ଏସବୁ ରୋଗ ଦୂର କରିଥାଏ

ନେଚରପ୍ୟାଥି ଏକ ସହଜ ସରଳ ଚିକିତ୍ସା ପଦ୍ଧତି। ଏହା ଜରିଆରେ ବିଭିନ୍ନ ରୋଗର ଚିକିତ୍ସା କରାଯାଉଛି। ଠିକ୍‌ ସେହିପରି ଆଉ ଏକ ଚିକିତ୍ସା ପଦ୍ଧତି ହେଲା ମଡ୍‌ ଥେରାପି। ଏହା କେତେକ ରୋଗ ପାଇଁ ରାମବାଣ ସଦୃଶ।
ପ୍ରକୃତିର ମୁଖ୍ୟ ପାଞ୍ଚଟି ତତ୍ତ୍ୱ ଭିତରୁ ଗୋଟିଏ ହେଲା ମାଟି। ଏହାର ପ୍ରୟୋଗ ଫଳରେ ସ୍ୱାସ୍ଥ୍ୟକୁ ସୁଧାରି ହେବ ଓ ରୋଗ ଠିକ୍‌ କରାଯାଇପାରିବ। ମଡ ଥେରାପି ଲାଗି ଭୂଇଁରୁ ୩-୪ ଫୁଟ୍‌ ତଳେ ଥିବା ମାଟିର ବ୍ୟବହାର କରାଯାଇପାରେ। ପ୍ରୟୋଗ ପୂର୍ବରୁ ମାଟିକୁ ଭଲ ଭାବେ ସଫା କରାଯାଇଥାଏ,ଯେମିତିକି ଏଥିରେ ପଥର ବା ଅନ୍ୟ କୌଣସି ଅଶୁଦ୍ଧିତ ସାମଗ୍ରୀ ନ ରହେ।


ମଡ ଥେରାପି ସହାୟତାରେ ବଡି ହିଟ୍‌ ,ମୁଣ୍ଡ ବିନ୍ଧା,ବଦହଜମୀ,ଉଚ୍ଚ ରକ୍ତଚାପ ଭଳି କେତେକ ରୋଗକୁ ଠିକ୍‌ କରିହେବ। ଯଦି ଆପଣଙ୍କର ମୁଣ୍ଡ ବିନ୍ଧୁଛି,ତେବେ ପାଣିରେ ମାଟି ମିଶାଇ ମଥାରେ ଲଗାନ୍ତୁ। ଏହାକୁ ଅଧ ଘଣ୍ଟା ଯାଏଁ ରଖିଲେ ମୁଣ୍ଡ ବିନ୍ଧା ବନ୍ଦ ହୋଇଯାଏ। ଠିକ୍‌ ସେହିପରି ବଦହଜମୀର ଶିକାର ହୋଇଥିଲେ ବା କୋଷ୍ଠକାଠିନ୍ୟତା ଥିଲେ ଏହାକୁ ପେଟରେ ୨୦ ରୁ ୩୦ ମିନିଟ୍‌ ଯାଏଁ ଲଗାଇ ରଖନ୍ତୁ। ଏହାଦ୍ୱାରା ପେଟ ରୋଗରୁ ମୁକ୍ତି ମିଳିଥାଏ। ତ୍ୱଚାରେ ଯେଉଁ ସ୍ଥାନରେ ଆଲର୍ଜି ହେଉଛି,ସେଠାରେ ଏଭଳି ମାଟି ଲଗାଇଲେ,ସେଥିରୁ ମୁକ୍ତି ମିଳିଥାଏ।

ସମ୍ବନ୍ଧିତ ଖବର