ଛତୁ ଖାଆନ୍ତୁ, ଯୌବନ ଦୀର୍ଘସ୍ଥାୟୀ କରନ୍ତୁ

ଛତୁ ଏକ ସ୍ୱାଦିଷ୍ଟ ଖାଦ୍ୟ। ଆମେ ଖାଉଥିବା ଛତୁରେ ରହିଛି ବୟସ ବୃଦ୍ଧି କଣିକାକୁ ହ୍ରାସ କରିବାର କ୍ଷମତା। ଛତୁରେ ରହିଛି ବହୁ ପରିମାଣର ଆଣ୍ଟିଅକ୍ସିଡ଼େଣ୍ଟ ଯାହା ଦ୍ୱାରା ବୟସ ବୃଦ୍ଧି ପ୍ରକ୍ରିୟା ମନ୍ଥର ହୋଇଥାଏ ବୋଲି ଏକ ଗବେଷଣାରୁ ଜାଣିବାକୁ ମିଳିଛି।

ଗବେଷଣାରୁ ଜଣାପଡ଼ିଛି, ଛତୁରେ ଅଧିକ ପରିମାଣର ଏରଗୋଥିଓନିନ ଓ ଗ୍ଲୁଟାଥିଓନିନ୍‌ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ। ଭିନ୍ନ ଭିନ୍ନ ଛତୁରେ ଏହାର ପରିମାଣ ଅଲଗା ଅଲଗା ହୋଇଥାଏ। ଛତୁ ଏକ ଉତ୍ତମ ପୋଷକ ଅଟେ , ବୋଲି ଗବେଷଣାରୁ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ପ୍ରଫେସର ରୋବର୍ଟ ବିଲ୍‌ମ୍ୟାନ।

Well-Being Secrets

ଗବେଷଣାରୁ ଜଣାଯାଇଛି, ବଟମ ଛତୁରେ କମ ପରିମାଣର ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଏଥିରେ ଥିବା ଏରଗୋଥିଓନିନ ଓ ଗ୍ଲୁଟାଥିଓନ ତତ୍ତ୍ୱ ସ୍ନାୟୁଜନିତ ରୋଗ, ପାରକିନ୍‌ସନ୍‌ ଏବଂ ଅଲ୍‌ଜିମର ରୋଗ ଠିକ କରିଥାଏ ବୋଲି କହିଛନ୍ତି ବିଲମ୍ୟାନ ।

ଦେଖିବାକୁ ମିଳିଛି ଫ୍ରାନ୍ସ ଏବଂ ଇଟାଲି ଭଳି ଦେଶରେ ଖାଇବାରେ ଅଧିକ ମାତ୍ରାରେ ଏରଗୋଥିଓନିନ୍‌ ରହିବା ଦ୍ୱାରା ସ୍ନାୟୁଜନିତ ରୋଗ କମ ଦେଖାଯାଇଥିବା ବେଳେ ଆମେରିକା ଭଳି ଦେଶରେ କମ ମାତ୍ରାରେ ଏହି ରୋଗ ଦେଖା ଯାଇଥାଏ। ଏହା ପଛରେ ଆଉ ମଧ୍ୟ କିଛି କାରଣ ରହି ପାରେ, କିନ୍ତୁ କମ ମାତ୍ରାରେ ସ୍ନାୟୁଜନିତ ରୋଗ ହେଉଥିବା ଦେଶରେ ଦିନକୁ ୪-୫ଟି ଛତୁ ଖାଇବା ଦେଖା ଯାଇଥାଏ।

ସମ୍ବନ୍ଧିତ ଖବର