ଶୋଇବା ସମୟରେ ଅନେକ ଲୋକଙ୍କ ସହ ଘଟେ ଏହି ସବୁ ରହସ୍ୟମୟ ଘଟଣା

ଶୋଇବା ସମୟରେ ଏମିତି ଅନେକ ଘଟଣା ଘଟେ ଯେଉଁସବୁ ବିଷୟରେ ଆପଣ ହୁଏତ କେବେ ଚିନ୍ତା କରିନଥିବେ। ଆପଣ ଭାବୁଥିବେ ଯେ ଥରେ ଶୋଇଗଲା ପରେ ମସ୍ତିଷ୍କ ସ୍ଥିର ହୋଇଯାଏ। ମାତ୍ର ନାଁ, ଶୋଇଥିବା ଅବସ୍ଥାରେ ବି ଅନେକ କିଛି ଘଟେ। ସେ ସବୁ ନିମ୍ନରେ ଆଲୋଚନା କରାଯାଇଛି। ଆସନ୍ତୁ ଜାଣିବା ଶୋଇବା ପରେ ମଣିଷ ସହ କ’ଣ ସବୁ ଘଟେ।

ଆପଣ ହୁଏତ ଏସବୁ କେବେ ଅନୁଭବ କରିଥିବେ ଯେ ସ୍ୱପ୍ନ ଭିତରେ ବି ସ୍ୱପ୍ନ ଆସିଥାଏ। ଅର୍ଥାତ କିଛି ଗୋଟାଏ ସ୍ପପ୍ନ ଦେଖିଲା ବେଳେ ଅନୁଭବ ହୁଏ କି ସେ ସ୍ୱପ୍ନଟା ବାସ୍ତବ ଏବଂ ସେଥିରେ ଆଉ ଏକ ସ୍ପପ୍ନ ଦେଖୁଛେ। ବେଳେ ବେଳେ କିଛି ଦୁଃସ୍ୱପ୍ନ ଦେଖି ଲାଗେ ମନ ଦୁଃଖ କରିବାର କ’ଣ ଅଛି ଏହା ଏକ ସ୍ୱପ୍ନ ହିଁ ତ।

ଅନେକ ସମୟରେ ଶୋଇବା ଅବସ୍ଥାରେ ବି ବ୍ୟକ୍ତି ଅବଚେତନରେ ଗପସପ କରିଥାନ୍ତି। ତାହାକୁ ଆମେ ବାଉଳି ହେବା ବା ଭେବିଳିଚି ବୋଲି କୁହନ୍ତି। ତାହା ବି ଏକ ରକମର ରହସ୍ୟମୟ ଘଟଣା। ମସ୍ତିଷ୍କ ସ୍ଥିର ଥିବା ଅବସ୍ଥାରେ ବି କ୍ରିୟା ଚାଲିଥାଏ।

ବେଳେ ବେଳେ ଅଧା ରାତିରୁ ନିଦ ଭାଙ୍ଗିଯାଏ ସତ ମାତ୍ର ହାତ ଗୋଡ଼ ଚଳାଇବାକୁ ଚାହିଁ ମଧ୍ୟ ଚଳାଇ ହୋଇନଥାଏ। ସେତେବେଳେ ମାତ୍ର କିଛି ସମୟ ପାଇଁ ମସ୍ତିଷ୍କ ସକ୍ରିୟ ଓ ଶରୀର ନିଷ୍କ୍ରିୟ ହୋଇଯାଏ।

ବେଳେ ବେଳେ ଏମିତି ଘଟେ, ଗୋଟାଏ ସ୍ୱପ୍ନ ଆସେ। ଆମେ ଉଠିକି ପୁଣି ଥରେ ଶୋଇପଡ଼ିଲେ ବି ସେଇ ସ୍ୱପ୍ନ ପୁଣି ଥରେ ସେଇଠୁ ଆସେ। ଏପରି ଅନୁଭବ ଅବଶ୍ୟ ଖୁବ୍‌ କମ୍‌।

କିଛି ଲୋକଙ୍କର ନିଦରେ ଚାଲିବା ଅଭ୍ୟାସ ବି ଥାଏ। ସେ ସମୟରେ ଅନ କେହି ଦେଖିଲେ ଜଣେ ଭାବିବ ଯେ ବ୍ୟକ୍ତି ଜଣଙ୍କର ନିଦ ଭାଙ୍ଗି ଯାଇଛି। ମାତ୍ର ସେତେବେଳେ ଜଣେ ନିଦରେ ହିଁ ଥାଏ।

ଅଧିକାଂଶ ସମୟରେ ନିଦରେ ଶୋଇଥିବା ଅବସ୍ଥାରେ କେହି କେହି ଖଟ ଉପରୁ ତଳକୁ ଖସି ପଡ଼ିଥାନ୍ତିି। ତାହା ବି ଏକ ରହସ୍ୟମୟ ଘଟଣା।

ସମ୍ବନ୍ଧିତ ଖବର